କନକ ବ୍ୟୁରୋ : ଆଜି ଡ଼ିସୋଜା ବିଦ୍ୟାଳୟ ରେ ଉତ୍ସାହପୂର୍ଣ୍ଣ ପରିବେଶରେ ଶିଶୁ ଦିବସ ପାଳନ କରାଯାଇଛି ।  ପ୍ର ଭାତ ୮ ଟାରୁ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା  ।  ବିଦ୍ୟାଳୟ ର ଚେୟାରମ୍ୟାନ ଶ୍ରୀଯୁକ୍ତ ଅଲେକ ଜେଣ୍ଡାର ଡିସୋଜା, ନିର୍ଦେଶିକା ଅlନାବେଲ ଡିସୋଜା , ଅଧ୍ୟକ୍ଷ  ଓ ମହାଶୟ l ଜୟୋତି ଗୁରୁ୍ୱାରା, ସହ ଅଧ୍ୟକ୍ଷା ଜୟିତା ନାୟକ ପ୍ରଥମେ ଦ୍ବୀପ ପ୍ରଜ୍ବଳନ କରି ଜବାହରଲାଲ ନେହେରୁଙ୍କ ଫଟୋରେ ମାଳ୍ୟାର୍ପଣ କରିଥିଲେ ।  ଚେୟାରମ୍ୟାନ ଶ୍ରୀଯୁକ୍ତ ଡ଼ିସୋଜା ଶିଶୁ ଦିବସ ର ମହତ୍ତ୍ୱ ବିଷୟ ରେ ପିଲାଙ୍କୁ କହିଥିଲେ  l  ଅଧ୍ୟକ୍ଷl ମହାଶୟା  ମଧ୍ୟ ନିଜ ବହୁ ମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ  l  ଶିକ୍ଷୟିତ୍ରୀ ତନୁଶ୍ରୀ ନିୟୋଗୀ ଶିଶୁ ଦିବସ ଉପଲକ୍ଷେ ନିଜର ବକ୍ତବ୍ୟ ପିଲାଙ୍କ ସମ୍ମୁଖରେ ପ୍ରଦାନ କରିଥିଲେ  l

Advertisment
disoza school
Photograph: (kanaknews)

ତାପରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ—ନୃତ୍ୟ, ସଙ୍ଗୀତ କାର୍ଯ୍ୟକ୍ରମ ଦର୍ଶକଙ୍କର ଅଭିନନ୍ଦନା ଲଭିଥିଲା ବିଭିନ୍ନ କ୍ଷେତ୍ର ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍ମାରକ ପତ୍ର ଓ ପୁରସ୍କାର ଦିଆଯାଇଥିଲା l  ଚେୟାରମ୍ୟାନ ଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା 'ହାଉଜି' ଖେଳ ପିଲାମାନେ ଉତ୍ସlହ ର ସହ ଖେଳିଥିଲେ  l
ପିଲାମାନେ ଶିକ୍ଷୟିତ୍ରୀ ମାନ ଙ୍କ ସହ ଖାଇବା ପିଇବା ର ଆୟୋଜନ ମଧ୍ୟ କରିଥିଲେ l କିଛି ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ଗେମ୍ସ ଖେଳାଇ ମନୋରଞ୍ଜନ କରିଥିଲେ । ସମଗ୍ର କାର୍ଯ୍ୟକ୍ରମ ଆନନ୍ଦ ଓ  ଉଲ୍ଲାସରେ  ଭରିଥିଲା ।