କନକ ବ୍ୟୁରୋ: ଅଟୋରେ ସ୍କୁଲ ଯିବେନି ପିଲା। ବିହାର ସରକାର ସ୍କୁଲ ପିଲାଙ୍କ ପାଇଁ ଆଣିଛନ୍ତି ନୂଆ ନିୟମ। ଛୋଟ ଛୋଟ ପିଲାଙ୍କ ସୁରକ୍ଷାକୁ ଦୃଷ୍ଚିରେ ରଖି ବିହାର ପରିବହନ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବାବେଳେ ସ୍କୁଲ ପିଲାଙ୍କ ସୁରକ୍ଷା ପାଇଁ ଏହି ନୂଆ ନିୟମ ଆଣିଛି ପରିବହନ ବିଭାଗ। ଅଟୋ କିମ୍ବା ଇଲେକ୍ଟ୍ରି ଅଟୋ ଓ ଟୋଟୋରେ ପିଲା ଆଉ ସ୍କୁଲ ଯିବେ ନାହିଁ। ଅଟୋ ଏବଂ ଟୋଟୋରେ ପିଲାଙ୍କୁ ଅସୁରକ୍ଷିତ ଭାବେ ସ୍କୁଲ ନିଆଯାଏ। ଏଥିସହ କ୍ଷମତାରୁ ଅଧିକ ପିଲାଙ୍କୁ ବସାଇ ସ୍କୁଲ ନେଇଥାନ୍ତି ଗାଡ଼ି ଚାଳକ। ଅନେକ ସମୟରେ ଦୁର୍ଘଟଣାର ଶିକାର ହୋଇ ପିଲା ମୃତାହତ ହେବାର ଚିତ୍ର ମଧ୍ୟ ସାମ୍ନାକୁ ଆସେ। ଏଥିପାଇଁ କଟକଣା ନିହାତି ଜରୁରୀ ବୋଲି ବିହାର ପରିବହନ ବିଭାଗ କହିଛି। ଆସନ୍ତା ବର୍ଷ ଏପ୍ରିଲ ମାସରୁ ସାରା ରାଜ୍ୟରେ କଡ଼ାକଡ଼ି ଭାବେ ଏହି ନିୟମ ଲାଗୁ ହେବ ବୋଲି କୁହାଯାଇଛି।
ଅଟୋରେ ସ୍କୁଲ ଯିବେନି ପିଲା। ସରକାର ଆଣିଲେ ନୂଆ ନିୟମ
ଅଟୋରେ ସ୍କୁଲ ଯିବେନି ପିଲା। ବିହାର ସରକାର ସ୍କୁଲ ପିଲାଙ୍କ ପାଇଁ ଆଣିଛନ୍ତି ନୂଆ ନିୟମ। ଛୋଟ ଛୋଟ ପିଲାଙ୍କ ସୁରକ୍ଷାକୁ ଦୃଷ୍ଚିରେ ରଖି ବିହାର ପରିବହନ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।
![ଅଟୋରେ ସ୍କୁଲ ଯିବେନି ପିଲା Photograph: (KanakNews )](https://img-cdn.thepublive.com/fit-in/1280x720/filters:format(webp)/kanak/media/media_files/2024/12/28/ziLNA4CDDDzvYSE3I4h7.jpg)