କନକ ବ୍ୟୁରୋ : ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଞ୍ଚଳରୁ ଏକ ସାଢେ ୪ ବର୍ଷର ଶିଶୁ ଚୋରି ହୋଇଥିବା ଅଭିଯୋଗ । ମା’ ନିଜର ଛୁଆକୁ ଜଣେ କିନ୍ନରକୁ ଧରାଇ କିଛି ସମୟ ପାଇଁ ଯାଇଥିବା ବେଳେ କିନ୍ନର ଜଣକ ଛୁଆଟିକୁ ନେଇ ଛୁ’ ମାରିଥିବା ଠାକୁରମୁଣ୍ଡା ଥାନାରେ ଅଭିଯୋଗ ହୋଇଛି । ସିସିଟିଭିରେ କଏଦ ହୋଇଥିବା ଭିଡିଓ ମୁତାବକ କିନ୍ନର ଜଣଙକ ଆଗେ ଆଗେ ଚାଲୁଥିବା ବେଳେ ପିଲାଟି ପଛେ ପଛେ ଯାଉଛି । ଅପହରଣ କରିଥିବା କିନ୍ନର ଜଣକ ଶିଶୁଟିକୁ ଧରି ଯାଜପୁର ଯିବାକୁ କହି ବସରେ ଚଢିଛନ୍ତି । ହେଲେ ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରେ ଓହ୍ଲାଇଛନ୍ତି । ୧୭ ତାରିଖ ରାତି ୧୦ଟା ବେଳର ଏହି ସିସିଟିଭି ଫୁଟେଜ ଆଧାରରେ ଛାନଭିନ୍ କରୁଛି ପୁଲିସ । ଘଟଣାକୁ ଗୁରୁତ୍ବର ସହ ନେଇ ସ୍ପେଶାଲ ଟିମ୍ ଗଠନ କରି ସ୍ପେଶାଲ ଡ୍ରାଇଭ୍ ଚଳାଇଛି ଠାକୁରମୁଣ୍ଡା ପୁଲିସ । 

Advertisment

ଗୁରୁବାର ସନ୍ଧ୍ୟାରେ ପିଲାଟି ଚୋରି ହୋଇଛି । ଶୁକ୍ରବାର ମାମଲା ରୁଜୁ କରିଛି ପୁଲିସ । ତେବେ ଜଣେ କିନ୍ନର ପିଲା ଚୋରି କରିବା ଘଟଣାକୁ ନିନ୍ଦା କରିଛି କିନ୍ନର ସଂଗଠନ । ଯେଉଁ କିନ୍ନର ଏହି କାମ କରିଛି, ତା ବିରୋଧରେ କାର୍ଯ୍ୟାନୁଷ୍ଠାନ  ପାଇଁ ସଂଘ ଦାବି କରିଛି । 

ପୁଲିସର କହିବା ଅନୁସାରେ, ନିଖୋଜ ଶିଶୁର ମା’ ସବୁବେଳେ ନିଶାସକ୍ତ ଅବସ୍ଥାରେ ରହିଥାଏ । ତେଣୁ ମା’ ନିଜ ଝିଅକୁ ସମ୍ପୃକ୍ତ କିନ୍ନରକୁ ବିକିଦେଇଛି ନା କିନ୍ନର ପିଲାଟିକୁ ଚୋରି କରିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।