କନକ ବ୍ୟୁରୋ : ଭୁବନେଶ୍ୱର ଶିଶୁ ଚୋରି ଘଟଣାରେ ନୂଆ ମୋଡ । ଖନ୍ତାପଡ଼ା ଥାନାରେ ମହିଳାଙ୍କୁ ପଚରାଉଚରା ବେଳେ ସାଂଘାତିକ ସତ ସାମ୍ନାକୁ ଆସିଛି । ସୁପାରି ଦେଇ ଶିଶୁକୁ ଅପହରଣ କରାଇଥିଲେ ମହିଳା । ଏହା ପଛରେ ଥିଲା ବଡ ଷଡଯନ୍ତ୍ର । ନିଜ ଛୁଆ ଦେହରେ କିଡ୍ନି ଲଗାଇବା ପାଇଁ ଆଉ ଜଣେ ମାଆଙ୍କ କୋଳରୁ ଶିଶୁ ଚୋରି କରିଥିଲା ମହିଳା । ନିଜ ପିଲାର କିଡ୍ନି ଖରାପ ଥିଲା, ତେଣୁ ନିଜ ପିଲାକୁ ବଞ୍ଚାଇବାକୁ ଯାଇ ଶିଶୁ ଚୋରି ପାଇଁ ସୁପାରି ଦେଇଥିଲା ମହିଳା ଜଣକ । ତେବେ ଶିଶୁ ଚୋରି କରିଥିବା ଯୁବକ ଏବେଯାଏ ଫେରାର ଥିବା ସୂଚନାରୁ ଜଣାପଡିଛି ।
ଭୁବନେଶ୍ବରରେ ଚୋରି ହୋଇଥିଲା ଶିଶୁପୁତ୍ର ବାଲେଶ୍ବରରୁ ଉଦ୍ଧାର ହୋଇଛି । ଖନ୍ତାପଡ଼ାରୁ ଶିଶୁକୁ ଉଦ୍ଧାର କରିଛି କମିଶନରେଟ୍ ପୋଲିସର ସ୍ବତନ୍ତ୍ର ଟିମ୍ । ଶନିବାର ରାତିରେ ରାମମନ୍ଦିର ସାମ୍ନାରୁ ଦୃଷ୍ଟିବାଧିତ ମା’ କୋଳରୁ ଦେଢବର୍ଷର ଶିଶୁପୁତ୍ର ଅପହରଣ କରିଥିଲା ଦୁର୍ବୃତ୍ତ । ସିସିଟିଭିରେ ଅପହରଣକାରୀ ଶିଶୁପୁତ୍ରକୁ ଧରି ଭୁବନେଶ୍ବର ରେଳଷ୍ଟେସନ୍ ଭିତରକୁ ଯାଇଥିବା ଦେଖିବାକୁ ମିଳିଥିଲା । ଅପହରଣକାରୀଙ୍କ ପାଖରେ ପହଞ୍ଚିବା ପାଇଁ ୫ଟି ଟିମ୍ ଗଠନ କରିଥିଲା କମିଶନରେଟ୍ ପୋଲିସ । ଶେଷରେ ବାଲେଶ୍ବରରୁ ଶିଶୁକୁ ଉଦ୍ଧାର କରିବାରେ ସଫଳ ହୋଇଛି ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/04/15/b14FVTdibraEcHfbks4r.jpg)