କନକ ବ୍ୟୁରୋ : ବଲାଙ୍ଗୀର ଶିଶୁ ବିକ୍ରି ଘଟଣାରେ ୩ ଗିରଫ। ଏନଏନଏମ ଦିଦିଙ୍କ ସହ ବନ୍ଧାହେଲେ ଛୁଆ ନେଇଥିବା ବ୍ୟକ୍ତି ଓ ମଧ୍ୟସ୍ଥି । ଶିଶୁ ବିକ୍ରି ନେଇ ଲଗାତାର କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ଜିଲ୍ଲାପାଳଙ୍କ ନିର୍ଦେଶରେ ଜିଲ୍ଲା ଶିଶୁ ସୁରକ୍ଷା କମିଟି ଓ ଲାଠୋର ପୋଲିସ ତଦନ୍ତ ଆରମ୍ଭ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଘଟଣାରେ ସମ୍ପୃକ୍ତ ଥିବା ସୁନାମୁଦି ସବ୍ ସେଣ୍ଟର ଏଏନଏମ ମମତା ଭୋଇଙ୍କୁ ଶୁକ୍ରବାର ନିଳମ୍ବିତ କରାଯାଇଥିଲା ।
ଶନିବାର ଏଏନଏ ମମତା ଭୋଇଙ୍କୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ମଧ୍ୟସ୍ଥି ଆଲୋକ ଅଗ୍ରୱାଲ, ଶିଶୁକୁ କିଣିଥିବା ରାୟପୁରର ରାଜକୁମାର ମିତଲ ଓ ଏଏନଏମ ମମତା ଭୋଇ ଓ ତିନି ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ୧୩ ତାରିଖ ଦିନ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ସାନ ଗୁର୍ଜ୍ଜିଭଟା ପକ୍ଷଳିପଡ଼ା ଗାଁରେ ଶିଶୁ ବିକ୍ରି ଅଭିଯୋଗ ହୋଇଥିଲା ।
ବଲାଙ୍ଗୀରରେ ଶିଶୁ ବ୍ରିକି ଘଟଣା : ବନ୍ଧାହେଲେ ଏଏନଏମ, ଦଲାଲ ଓ ଶିଶୁକୁ କିଣିଥିବା ବ୍ୟକ୍ତି
ବଲାଙ୍ଗୀର ଶିଶୁ ବିକ୍ରି ଘଟଣାରେ ୩ ଗିରଫ। ଏନଏନଏମ ଦିଦିଙ୍କ ସହ ବନ୍ଧାହେଲେ ଛୁଆ ନେଇଥିବା ବ୍ୟକ୍ତି ଓ ମଧ୍ୟସ୍ଥି । ଶିଶୁ ବିକ୍ରି ନେଇ ଲଗାତାର କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା ।