ବାଲ୍ୟ ବିବାହ ରୋକିଲା ପ୍ରଶାସନ : ଚତୁର୍ଥୀ ପୂର୍ବରୁ ନାବାଳିକା କନ୍ୟା ଉଦ୍ଧାର , ବର ଫେରାର

ନବ ବିବାହିତା ନାବାଳିକାଙ୍କୁ ଉଦ୍ଧାର କରିଥିଲା ଟିମ୍ । ତେବେ ଏହା ପୂର୍ବରୁ ଖବର ପାଇ ଫେରାର ହୋଇଯାଇଛି ବର । ନାବାଳିକାଙ୍କ ବୟସ ୧୬ ବର୍ଷ ହୋଇଥିବା ବେଳେ ଯୁବକଙ୍କ ବୟସ ୨୫ ବର୍ଷ ।

child_marriage

child_marriage Photograph: (google)

କନକ ବ୍ୟୁରୋ : ବାଲ୍ୟ ବିବାହ ରୋକିବାକୁ ନେଇ ବ୍ୟାପକ ସଚେତନତା ସତ୍ତ୍ବେ ଥମୁନି କମ୍ ବୟସରୁ ବାହାଘର କରିବାର ଏହି ପୁରାତନ ପରମ୍ପରା । ଯାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳରୁ ଏମିତି ଏକ ଖବର ଆସିଛି । ପ୍ରଶାସନ ଆଢ଼ୁଆଳରେ ନାବାଳିକାଙ୍କ ସହ ହୋଇଥିଲା ଯୁବକଙ୍କ ବାହାଘର । ଚତୁର୍ଥୀ ଆଗରୁ ଜିଲ୍ଲା ଶିଶୁ ସୁରକ୍ଷା ଓ ସମାଜ ମଙ୍ଗଳ ବିଭାଗ ଏ ସମ୍ପର୍କରେ ଖବର ପାଇ ମିଳିତ ଚଢ଼ାଉ କରିଥିଲେ । ନବ ବିବାହିତା ନାବାଳିକାଙ୍କୁ ଉଦ୍ଧାର କରିଥିଲା ଟିମ୍ । ତେବେ ଏହା ପୂର୍ବରୁ ଖବର ପାଇ ଫେରାର ହୋଇଯାଇଛି ବର । ନାବାଳିକାଙ୍କ ବୟସ ୧୬ ବର୍ଷ ହୋଇଥିବା ବେଳେ ଯୁବକଙ୍କ ବୟସ ୨୫ ବର୍ଷ । ନାବାଳିକା ଜଣକ କେଉଁଝର ଅଞ୍ଚଳର ବୋଲି ଜଣାପଡ଼ିଛି । ସମ୍ପୃକ୍ତ ଯୁବକଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୁଲିସ ଓ ଶିଶୁ ସୁରକ୍ଷା ବିଭାଗ ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି । ସେପଟେ ନାବାଳିକାଙ୍କ ପରିବାର ଲୋକ ଏ ସମ୍ପର୍କରେ ସଚେତନ ନଥିବା କାରଣରୁ ଏଭଳି ବାହାଘର ହୋଇଥିବା କହିଛନ୍ତି । ନାବାଳିକାଙ୍କ ଉପଯୁକ୍ତ ଥଇଥାନ ଓ ପାଠପଢ଼ା ଆଦିର ସମସ୍ତ ଦାୟିତ୍ବ ନେଇଛି ଜିଲ୍ଲା ଶିଶୁ ମଙ୍ଗଳ ବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe