କନକବ୍ୟୁରୋ : ଖୋର୍ଦ୍ଧାରୁ ଅପହରଣ, ନରସିଂହପୁରରୁ ଉଦ୍ଧାର । ଚକଲେଟ ଦେଇ ଶିଶୁକୁ ଅପହରଣ କରି ନେଇଥିଲେ କିଛି ଦୁର୍ବୃତ୍ତ  ।  ତେବେ ଲୋକ ଗହଳି ଦେଖି ବଡମ୍ବା ଥାନା ଗୋପୀନାଥପୁର ନିକଟରେ ଛାଡ଼ି ପଳାଇଲେ । ପରେ ଅପହୃତ ଶିଶୁ ଜଣକ ଖୋର୍ଦ୍ଧା ବାଲିପାଟଣପୁର ଗାଁର କେଶବ ବେହେରାଙ୍କର ପୁଅ ହୋଇଥିବା ଜଣାପଡ଼ିଛି ।  ଏକ ନିଛାଟିଆ ସ୍ଥାନରୁ ଶିଶୁକୁ ଉଦ୍ଧାର କରିବା ସହ ପୋଲିସକୁ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ । ତେବେ ଅପହରଣ କରିଥିବା ବ୍ୟକ୍ତି କିଏ । କାହିଁକି ଅପହରଣ କରିଥିଲେ ସେନେଇ କୌଣସି ସୂଚନା ମିଳିପାରି ନାହିଁ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।