କନକ ବ୍ୟୁରୋ : କୁକୁର ଉପଦ୍ରବ ନେଇ ଦିଲ୍ଲୀରୁ ପୁଣି ଆସିଲା ଭୟଙ୍କର ଚିତ୍ର । ଦିଲ୍ଲୀରେ ପଡ଼ିଶାର ଘର ପୋଷା କୁକୁର ଆକ୍ରମଣରେ ୬ ବର୍ଷର ଶିଶୁ ଗୁରୁତର ଆହତ ହୋଇଛି । ଶିଶୁର ଗୋଟିଏ କାନକୁ କୁକୁର କାମୁଡ଼ି ଛିଣ୍ଡାଇ ଦେଇଛି । ଉତ୍ତର- ପଶ୍ଚମ ଦିଲ୍ଲୀର ପ୍ରେମନଗର ଅଞ୍ଚଳରେ ଘଟିଛି ଏହି ଘଟଣା। ସିସିଟିଭି କ୍ୟାମେରାରେ କଏଦ୍ ହୋଇଛି ଏହି ଭୟଙ୍କର ଦୃଶ୍ୟ । ନିଜ ଘର ବାହାରେ ଶିଶୁଟି ଗୋଟିଏ ବଲ୍ ଧରି ଖେଳୁଥିବା ବେଳେ ବଲଟି ପଡ଼ିଶା ଘର କୁକୁର ପାଖରେ ପଡ଼ିଥିଲା । ବନ୍ଧା ଯାଇଥିବା କୁକୁରଟି ରଶି ଛିଡ଼ାଇ ଶିଶୁକୁ ଆକ୍ରମଣ କରିଥିଲା । ଏନେଇ ଏକ ମାମଲା ରୁଜୁ କରାଯିବା ସହିତ ପୋଷା କୁକୁରର ମାଲିକ ରାଜେଶ ପାଲଙ୍କୁ ଗିରଫ କରିଛି ପୁଲିସ । କୁକୁରଟିକୁ ଏକ ଆଶ୍ରୟସ୍ଥଳରେ ରଖାଯାଇଥିବା ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି । ଶିଶୁଟି ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛି । ଶିଶୁର ଡାହାଣ କାନକୁ କୁକୁର ଛିଣ୍ଡାଇ ଦେଇଥିବା ବେଳେ ମୁଣ୍ଡ ପଛପଟେ ଆଠ ଦଶଟି କ୍ଷତ ହୋଇଛି । ଆଖପାଖର ଦୁଇଜଣ ବ୍ୟକ୍ତି କୁକୁରକୁ ଟାଣି ନେଇ ଶିଶୁକୁ ଉଦ୍ଧାର କରିଥିଲେ। କିଛିଦିନ ତଳେ ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟ କିଛି ନିୟମ କରିବାକୁ କହିଥିବା ବେଳେ ପୋଷା କୁକୁର ଆକ୍ରମଣରେ ଜଣେ ଶିଶୁ ଗୁରୁତର ଆହତ ହେବା ନେଇ ଉଦବେଗ ପ୍ରକାଶ ପାଇଛି ।
ନୀତିଶ କ୍ୟାବିନେଟର ବଡ଼ ନିଷ୍ପତ୍ତି; ଆଗାମୀ ୫ ବର୍ଷରେ ୧ କୋଟି ଚାକିରି, ବିହାର ହେବ ଟେକ୍ ହବ୍
ଏବେ କେବଳ ଦିଲ୍ଲୀରେ ନୁହେଁ ସାରା ଦେଶରେ ବୁଲା କୁକୁରଙ୍କ ସହ ପୋଷା କୁକୁର ମଧ୍ୟ ଚିନ୍ତା ବଢ଼ାଇଛନ୍ତି । ସହର, ବାଜର, ଗଳି କନ୍ଦି ସବୁଠି କୁକୁର ସମସ୍ୟା ସୃଷ୍ଟି କରୁଛନ୍ତି । କେଉଁଠି କୁକୁର ପାଇଁ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଛି ତ କେଉଁଠି କୁକୁର ଆକ୍ରମଣରେ ଲୋକ କ୍ଷତାକ୍ତ ହେଉଛନ୍ତି । ଏନେଇ ସରକାରଙ୍କ ଠାରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଚିନ୍ତା ବ୍ୟକ୍ତ କରୁଛନ୍ତି । କୁକୁର ବନ୍ଧ୍ୟାକରଣ ଓ ବୁଲାକୁକୁରଙ୍କୁ ଉଦ୍ଧାର କରି ଗୋଟିଏ ସ୍ଥାନରେ ରଖାଯିବା ଉପରେ ସରକାରମାନେ ଗୁରୁତ୍ୱ ଦେଉଛନ୍ତି । ଅନ୍ୟପଟେ ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟ କିଛି ଦିନ ତଳେ ଏକ ବଡ଼ ରାୟ ଶୁଣାଇଥିଲେ । ସରକାରଙ୍କ ପ୍ରଚେଷ୍ଠା ଓ ନ୍ୟାୟାଳୟର ଆଇନ କିନ୍ତୁ କିଛି ଫରକ ପଡ଼ୁନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/25/delhi-2025-11-25-15-01-11.jpg)