କନକ ବ୍ୟୁରୋ: କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ, ଡଙ୍ଗା ଭସାଇବାକୁ ଯାଇ ପୋଖରୀରେ ବୁଡ଼ି ଶିଶୁ ମୃତ । କଟକ ସାଲେପୁର କରମୁଆଁ ଗାଁରୁ ଆସିଛି ଏଭଳି ଅଘଟଣର ଚିତ୍ର । ଗାଁ ନିକଟରେ ଥିବା ପୋଖରୀରେ ଡଙ୍ଗା ଭସାଇବାକୁ ଯାଇ ତିନି ବର୍ଷୀୟ ଶିଶୁପୁତ୍ରର ମୃତ୍ୟୁ ଘଟିଛି । ସକାଳୁ ଡଙ୍ଗା ଭସାଇବାକୁ ଆସି ଘରକୁ ଫେରିନଥିଲା ଶିଶୁ ପୁତ୍ର । ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ଗାଁ ନିକଟ ପୋଖରୀରୁ ଉଦ୍ଧାର କରି ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ, ଡାକ୍ତର ସେଠାରେ ଶିଶୁଟିକୁ ମୃତ ଘୋଷଣା କରିଛନ୍ତି । ଶିଶୁ ପୁତ୍ରର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।