ପୋଲିଓ ନେବା ପରେ ଅସୁସ୍ଥ ହୋଇପଡ଼ିଲା ଶିଶୁ ; ଡାକ୍ତରଙ୍କ ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ

ରାଉତରାପୁର ଗାଁର ଜିତେନ୍ଦ୍ର ଦଳେଇଙ୍କ ଅଢ଼େଇ ମାସର ଶିଶୁ ପୋଲିଅ ଟୀକା ନେବା ପରେ ଅସୁସ୍ଥ ହେବାରୁ ଗତକାଲି ରାତିରେ ମେଡିକାଲ ନେଇଥିଲେ । ହେଲେ ସୁସ୍ଥ ଅଛି କହି ଡାକ୍ତର ଫେରାଇ ଦେଇଥିଲେ ।

07

କନକ ବ୍ୟୁରୋ : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୁଣି ଡାକ୍ତରଙ୍କ ଅବହେଳାରୁ ଶିଶୁ ପୁତ୍ର ମୃତ୍ୟୁ ଅଭିଯୋଗ । ରାଉତରାପୁର ଗାଁର ଜିତେନ୍ଦ୍ର ଦଳେଇଙ୍କ ଅଢ଼େଇ ମାସର ଶିଶୁ ପୋଲିଅ ଟୀକା ନେବା ପରେ ଅସୁସ୍ଥ ହେବାରୁ ଗତକାଲି ରାତିରେ ମେଡିକାଲ ନେଇଥିଲେ । ହେଲେ ସୁସ୍ଥ ଅଛି କହି ଡାକ୍ତର ଫେରାଇ ଦେଇଥିଲେ । ପରେ ସକାଳେ ପୁଣି ଅସୁସ୍ଥ ହୋଇଥିଲା ଶିଶୁ । ମେଡିକାଲ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 

ଡାକ୍ତରଙ୍କ ଅବହେଳା ଯୋଗୁଁ ଶିଶୁପୁତ୍ରର ଜୀବନ ଚାଲିଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଚିକିତ୍ସା ଅବହେଳା କହି ଗେଟରେ ତାଲା ପକାଇ ପ୍ରତିବାଦ ବେଳେ ପୁଲିସ ଏବଂ ପରିବାରର ସମ୍ପର୍କୀୟ ମୁହାଁମୁହିଁ ହୋଇଛନ୍ତି । ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe