କନକ ବ୍ୟୁରୋ : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୁଣି ଡାକ୍ତରଙ୍କ ଅବହେଳାରୁ ଶିଶୁ ପୁତ୍ର ମୃତ୍ୟୁ ଅଭିଯୋଗ । ରାଉତରାପୁର ଗାଁର ଜିତେନ୍ଦ୍ର ଦଳେଇଙ୍କ ଅଢ଼େଇ ମାସର ଶିଶୁ ପୋଲିଅ ଟୀକା ନେବା ପରେ ଅସୁସ୍ଥ ହେବାରୁ ଗତକାଲି ରାତିରେ ମେଡିକାଲ ନେଇଥିଲେ । ହେଲେ ସୁସ୍ଥ ଅଛି କହି ଡାକ୍ତର ଫେରାଇ ଦେଇଥିଲେ । ପରେ ସକାଳେ ପୁଣି ଅସୁସ୍ଥ ହୋଇଥିଲା ଶିଶୁ । ମେଡିକାଲ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଡାକ୍ତରଙ୍କ ଅବହେଳା ଯୋଗୁଁ ଶିଶୁପୁତ୍ରର ଜୀବନ ଚାଲିଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଚିକିତ୍ସା ଅବହେଳା କହି ଗେଟରେ ତାଲା ପକାଇ ପ୍ରତିବାଦ ବେଳେ ପୁଲିସ ଏବଂ ପରିବାରର ସମ୍ପର୍କୀୟ ମୁହାଁମୁହିଁ ହୋଇଛନ୍ତି । ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/09/25/07-2025-09-25-16-27-06.jpg)