ରାଜ୍ୟରେ ବଢୁଛି ପିଲା ଚୋରି ; ଅପହରଣ ପରେ କରାଯାଉଛି ହତ୍ୟା

ରାଜ୍ୟରେ ଅପରାଧର ନୂଆ ଟ୍ରେଣ୍ଡ ପାଲଟିଛି ଶିଶୁ ଚୋରି । ବଢୁଛି ନିଖୋଜ ମାମଲା । ଅପହରଣ ପରେ କରାଯାଉଛି ହତ୍ୟା  । ଉଠିଲା ପ୍ରଶ୍ନ, ଏସଓପି ମାନୁନାହାନ୍ତି କି ପୋଲିସ ଅଧିକାରୀ ।

child abduction

child abduction Photograph: (KanakNews)

କନକ ବ୍ୟରୋ:  ରାଜ୍ୟରେ ବଢ଼ି ଚାଲିଛି ଶିଶୁ ନିଖୋଜ ଘଟଣା । କେବଳ ଏପ୍ରିଲ ମାସରେ ୫ ଜଣ ନିଖୋଜ ଏବଂ ହତ୍ୟା ମାମଲା ପୁଲିସ ଓ ଗୃହ ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେପଟେ ପିଲାଚୋରି ନେଇ ଗୃହରେ ମୁଖ୍ୟମନ୍ତ୍ରୀ ଦେଇଥିବା ଉତ୍ତର ଚିନ୍ତା ବଢ଼ାଇଛି ।

ରାଜ୍ୟରେ ବଢୁଛି ଶିଶୁ ନିଖୋଜ ମାମଲା । ଅପହରଣ ପରେ କରାଯାଉଛି ହତ୍ୟା । ଗତ କିଛି ଦିନ ଭିତରେ ରାଜ୍ୟରେ ଦେଖା ଦେଇଥିବା ଶିଶୁ ନିଖୋଜ ମାମାଲା ଏବେ ପୋଲିସ ଓ ପ୍ରଶାସନ ପାଇଁ ପାଲଟିଛି ମୁଣ୍ଡ ବିନ୍ଧାର କାରଣ। 
ଏପ୍ରିଲ ୧୩ ତାରିଖ
ବିଳମ୍ବିତ ରାତିରେ ଭୁବନେଶ୍ୱର ରାମମନ୍ଦିର ସମ୍ମୁଖରୁ ଦୃଷ୍ଟିବାଧିତ ମହିଳାଙ୍କଠାରୁ ପିଲା ଚୋରି କରି ଫେରାର ହୋଇଥିଲେ ଅଭିଯୁକ୍ତ 
ଏପ୍ରିଲ ୧୫ ତାରିଖ 
ପୁରୀ ଡେଲାଙ୍ଗ ରତନପୁର ଅଞ୍ଚଳରେ ନାବଳକ ଅପହରଣ ଓ ହତ୍ୟା ମାମଲା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା
ଏପ୍ରିଲ ୧୮ ତାରିଖ
ମୟୂରଭଞ୍ଜର ଠାକୁରମୁଣ୍ଡା ଅଞ୍ଚଳରୁ ନିଖୋଜ ହୋଇଥିଲା ନାବାଳକ 
ଏପ୍ରିଲ ୧୮ ତାରିଖ
ପୁଣି ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପାଞ୍ଚଗାଁରୁ ଅପହୃତ ହୋଇଥିଲା  ଚତୁର୍ଥ ଶ୍ରେଣୀର ନାବାଳକ
ସେହିଦିନ ଭୁବନେଶ୍ୱର ପଳାଶୁଣି ଅଞ୍ଚଳରୁ ୧୧ ବର୍ଷର ନାବାଳକ  ଖେଳିବାକୁ ଯାଇ ଆଉ ଘରକୁ ଫେରି ନଥିଲା। 

୧୯ତାରିଖରେ ପରିବାର ଲୋକ ନିଖୋଜ ନେଇ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଥିଲେ । କେବଳ ଏତିକି ନୁହେଁ, ରାଜ୍ୟର ବିଭିନ୍ନ ଥାନାରେ ରହିଛି ଏହିଭଳି ମାଳମାଳ ଅଭିଯୋଗ । ଯାହା ରାଜ୍ୟ ସରକାର ଓ ଗୃହ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।   

ଏସଓପି ମାନୁନାହାନ୍ତି କି ପୁଲିସ ଅଧିକାରୀ? ୮ ମାସରେ ୨୦ ହଜାର ନିଖୋଜ । ରାଜ୍ୟରେ ୨୦୨୪ ଜୁନ ୧ରୁ ୨୦୨୫ ଫେବ୍ରୁଆରି ୨୮ ମଧ୍ୟରେ ୨୦ ହଜାର ୬୦ ଜଣ ନିଖୋଜ ହୋଇଛନ୍ତି । ନିଖୋଜଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଶିଶୁ । ସେପଟେ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ମୁତାବକ , ରାଜ୍ୟରେ ୨୦୨୦ରେ ୩ ହଜାର ୯୧୫ ଶିଶୁଙ୍କୁ ଅପହରଣ କରାଯାଇଛି । ୨୦୨୧ରେ ଏହି ସଂଖ୍ୟା ଥିଲା ୫, ୧୯୨। ୨୦୨୨ରେ ଏହା ୪.୩ ପ୍ରତିଶତ ବୃଦ୍ଧି ପାଇଛି । ଏଥିରେ ରୋକ ଲଗାଇବା ପାଇଁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଗଠନ କରାଯାଇଛି ସ୍ୱତନ୍ତ୍ର ସେଲ୍ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe