କନକ ବ୍ୟୁରୋ : ଛୁଆ ଚୋରି କରୁଥିବା ବେଳେ ହଟହଟା ହେଲେ ଦୁଇ ମହିଳା । ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ବିଳମ୍ବିତ ରାତିରେ ମା’ ପାଖରୁ ନବଜାତ ଶିଶୁକୁ ଚୋରି ଉଦ୍ୟମବେଳେ ଧରାପଡିଲେ ୨ ମହିଳା । ରାତି ପାଖାପାଖି ସାଢ଼େ ୨ଟା ସମୟରେ ଜଣେ ନବ ଜାତ ଶିଶୁକୁ ମା’ କୋଳରୁ ଉଠାଇ ନେଉଥିବାବେଳେ ୨ ମହିଳାଙ୍କୁ କାବୁ କରିଥିଲେ ପରିବାର ଲୋକ । ଚୋରି ଉଦ୍ୟମ କରୁଥିବା ଦୁଇ ମହିଳାଙ୍କୁ ସଙ୍ଗେ ସଙ୍ଗେ ପୁଲିସରେ ଜିମା ଦେଇଥିଲେ । ମହିଳାଙ୍କୁ ଅଟକ ରଖିଛି ଟାଉନ୍ ଥାନା ପୁଲିସ । ବାଲେଶ୍ଵର ଭୋଗରାଇ ଆରୁହାବତି ଅଞ୍ଚଳର ସତ୍ୟବ୍ରତ ଦାସଙ୍କର ୭ ଦିନ ତଳେ ଗୋଟିଏ ଶିଶୁ କନ୍ୟା ଜନ୍ମ ହୋଇଥିଲା ।

Advertisment

ତେବେ ଚିକିତ୍ସା  ପାଇଁ ହସ୍ପିଟାଲ ୱାର୍ଡରେ ଥିବା ବେଳେ ୱାର୍ଡ ଭିତରୁ ପିଲାକୁ ଦୁଇ ମହିଳା ଉଠାଉଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ସତ୍ୟବ୍ରତଙ୍କ ସ୍ତ୍ରୀ ସଙ୍ଗେ ସଙ୍ଗେ ଉଠି ମହିଳାଙ୍କୁ ଘଉଡ଼ାଇବାରୁ ମହିଳା ଦୁଇ ଜଣ ଦଉଡ଼ି ପଳାଇ ଯାଇଥିଲେ । ଦଉଡ଼ିବା ସମୟରେ ଜଣେ ମହିଳା ପଡ଼ି ଯିବାରୁ ଧରି ନେଇଥିଲେ ଉପସ୍ଥିତ ଲୋକ । ପରେ ଆଉ ଜଣେ ମହିଳାଙ୍କୁ ମଧ୍ୟ କାବୁ କରିଥିଲେ । ଗତ ବର୍ଷ ମଧ୍ୟ ଦୁଇ ଦୁଇ ଥର ହସ୍ପିଟାଲ ପରିସରରୁ ପିଲା ଚୋରି ହୋଇଥିଲା । ତେବେ ଶିଶୁ ଚୋରି ପଛରେ କୋଉ ବଡ଼ ବଡ଼ିଆଙ୍କ ହାତ ରହିଛି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  ବର୍ତ୍ତମାନ ସମୟରେ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାର ସୁରକ୍ଷା ବ୍ୟବସ୍ଥାକୁ ନେଇ ଦ୍ବନ୍ଦ୍ୱରେ ଡାକ୍ତରଖାନାକୁ ଆସୁଥିବା ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟ ।