ଚିକିଟି ମଦମୃତ୍ୟକୁ ପୂରିଲା ବର୍ଷେ : ଏଯାଏଁ ପରିବାରକୁ ମିଳିନି ସହାୟତା

ବିଷାକ୍ତ ମଦ ପିଇ ଚିକିଟି ଅଞ୍ଚଳ ଜେନାପୁର ଓ କାରବାଳୁଆ ଗାଁରେ ୫ ଜଣଙ୍କ ଜୀବନ ଅକାଳରେ ଚାଲିଯାଇଥିଲା । ଯାହା ଗାଁର ୫ଟି ପରିବାରକୁ ମୁରବୀ ଶୂନ୍ୟ କରିଦେଇଥିଲା ।

chikiti

chikiti Photograph: (KanakNews)

କନକ ବ୍ୟୁରୋ : ଆଜିକୁ ଠିକ ବର୍ଷେ ତଳେ ଗଞ୍ଜାମ ଜିଲ୍ଲା ଚିକିଟିର ବିଷାକ୍ତ ମଦ ମୃତ୍ୟୁ ମାମଲା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ବିଷାକ୍ତ ମଦ ପିଇ ଚିକିଟି ଅଞ୍ଚଳ ଜେନାପୁର ଓ କାରବାଳୁଆ ଗାଁରେ ୫ ଜଣଙ୍କ ଜୀବନ ଅକାଳରେ ଚାଲିଯାଇଥିଲା । ଯାହା ଗାଁର ୫ଟି ପରିବାରକୁ ମୁରବୀ ଶୂନ୍ୟ କରିଦେଇଥିଲା । ଜେନାପୁର ଓ କାରବାଳୁଆ ଗାଁର ୨୫ରୁ ଅଧିକ ଲୋକ ମାଉନ୍ଦପୁର ଗାଁରେ ବିଷାକ୍ତ ମଦ ପିଇ ଅସୁସ୍ଥ ହୋଇ ପଡ଼ିଥିଲେ । ଆଉ ଏଥିରେ ୫ ଜଣଙ୍କ ଜୀବନ ଚାଲିଯାଇଥିଲା । ଏହି ଘଟଣାର ବର୍ଷେ ପରେ ବି ଆଜି ପର୍ଯ୍ୟନ୍ତ ଏହି ମଦ ମୃତ୍ୟୁ ଉପରୁ ପରଦା ଉଠିପାରିନି କି ଆଜି ଯାଏଁ ମୃତକଙ୍କ ପରିବାରଙ୍କୁ କିଛି ସହାୟତା ମିଳିପାରିନି । ଉଚ୍ଚସ୍ତରୀୟ ତଦନ୍ତ, ଅବକାରୀ କମିସନରଙ୍କ ତଦନ୍ତ ସତେ ଯେପରି ପ୍ରହେଳିକା ପାଲଟିଛି । ବର୍ତ୍ତମାନ ପରିସ୍ଥିତି ଦେଖିଲେ ଲାଗୁଛି ସତେ ଯେପରି ଘଟଣାର ଫାଇଲକୁ କିଏ ଗାଏବ କରିଦେଇଛି । 
 
ଅଗଷ୍ଟ ୧୯ରେ ଗଞ୍ଜାମ ଜିଲ୍ଲାରେ ଦେଶୀ ମଦ ପିଇ ୫ ଜଣଙ୍କର ମୃତ୍ୟୁ ହୋଇଥିଲା
ସାରା ରାଜ୍ୟରେ ହଇଚଇ ଖେଳାଇ ଦେଇଥିଲା ବିଷାକ୍ତ ମଦ ମୃତ୍ୟୁ ଘଟଣା
ଘଟଣା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚୋରା ମଦ କାରବାର ରୋକିବାକୁ ଚଢ଼ାଉ କରିଥିଲା
ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ହଜାର ହଜାର ଲିଟର ବେଆଇନ ମଦ ଜବତ ହୋଇଥିଲା
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe