କନକ ବ୍ୟୁରୋ:  ରେଭେନ୍ସା ରାଗିଂ ଘଟଣା ସତ । ପ୍ରତିକ୍ରିୟା ରଖିଲେ ଚିଫ୍ ୱାର୍ଡେନ୍‌ ସୁଦର୍ଶନ ମିଶ୍ର । ରାଗିଂ ହୋଇଥିବା ନେଇ ପ୍ରମାଣ ରହିଛି । ଭିଡିଓ ଫଟୋ ଏଭିଡେନସ ଆନ୍ଟି ରାଗିଂ କମିଟିକୁ ପଠାଯାଇଛି । ରାତି ୧୨ ଟା ପରେ ଇଷ୍ଟ ହଷ୍ଟେଲର କିଛି ସିନିୟର୍ ଛାତ୍ର ଏକାଠି ହୋଇ ଜୁନିୟର ଛାତ୍ରଙ୍କୁ ଗାଳି ଗୁଲଜ କରୁଥିଲେ ।  ଘଟଣାସ୍ଥଳେ ଚିଫ ୱାର୍ଡେନ୍‌ ଡେପୁଟି ୱାର୍ଡେନ୍‌ ଓ ଆନ୍ଟି ରାଗିଙ୍ଗ କମିଟିର ଦୁଇ ଜଣ ସଦସ୍ୟ ଥିଲେ ।  ଆନ୍ଟି ରାଗିଙ୍ଗ କମିଟିର ତଦନ୍ତ ଶେଷ ହେବା ଯାଏଁ ସସ୍‌ପେଣ୍ଡ ନିର୍ଦ୍ଦେଶ କାଏମ ରହିବ ।  ରାଗିଙ୍ଗ ଘଟଣା ସାମ୍ନାକୁ ଆସିବା ପରେ ରେଭେନ୍ସା କର୍ତ୍ତୁପକ୍ଷ ତୁରନ୍ତ ପଦକ୍ଷେପ ନେଇ ୧୦ ଛାତ୍ରଙ୍କୁ ହଷ୍ଟେଲ ରୁ ବାହାର କରିଛନ୍ତି ।

Advertisment

ସୂଚନାମୁତାବକ, ବିଶ୍ବବିଦ୍ୟାଳୟ ଇଷ୍ଟ ହଷ୍ଟେଲର କିଛି ଛାତ୍ର ସେମାନଙ୍କ ସିନିୟର୍ ଛାତ୍ରଙ୍କଠାରୁ ରାଗିଂ ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି । ୧୦ ଜଣ ଛାତ୍ରଙ୍କ ନାଁରେ କଲେଜ କର୍ତ୍ତୃପକ୍ଷଙ୍କ ପାଖକୁ ଅଭିଯୋଗ ଆସିଛି । ଏହାପରେ ପ୍ରାଥମିକ ପଦକ୍ଷେପ ସ୍ବରୁପ, ସମ୍ପୃକ୍ତ ୧୦ ଛାତ୍ରଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଗତକାଲି ସେହି ୧୦ ଛାତ୍ର ହଷ୍ଟେଲ ଛାଡି ରେଭେନସା ଗେଷ୍ଟ ହାଉସରେ ରହିଥିଲେ । ଆଜି ଦିନ ସାଢେ ୧୦ଟା ବେଳେ ରେଭେନ୍ସାରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ବୈଠକ ବସିବାର ଅଛି ।  ଏହା ପୂର୍ବରୁ ରାଗିଂ ଅଭିଯୋଗ ଆସିଛି ।