କନକ ବ୍ୟୁରୋ: କଟକ ବଡ଼ ଡାକ୍ତରଖାନାରେ ମୁଖ୍ୟ ଶାସନ ସଚିବ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏସସିବି ମେଡିକାଲ ପହଞ୍ଚିଛନ୍ତି । ତାଙ୍କ ସହ ଅଛନ୍ତି ସ୍ବାସ୍ଥ୍ୟ ସଚିଵ ଆଶ୍ବସ୍ଥି ଏସ୍ । କଟକ ଵଡ ମେଡିକାଲର ଭିତ୍ତିଭୂମି ସମୀକ୍ଷା କରୁଛନ୍ତି ମୁଖ୍ୟ ଶାସନ ସଚିବ । ଏଥିସହ ଵଡ ମେଡିକାଲ ସମ୍ପ୍ରସାରଣ କାମର ମଧ୍ୟ ସମୀକ୍ଷା କରୁଛନ୍ତି ଦୁଇ ସଚିବ । ଡିଏମ୍ଇଟି ମଧ୍ୟ ଏସସିବି ମେଡିକାଲ ବୁଲି ସ୍ଥିତି ପରଖୁଛନ୍ତି । ମେଡିକାଲରେ ଭେଣ୍ଟିଲେଟର୍ ଅଚଳାବସ୍ଥା ସହ ଏକାଧିକ ସମସ୍ୟା ଥିବା ଅଭିଯୋଗ ଆସିବା ପରେ ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି ଦୁଇ ସଚିବ ଓ ଡିଏମଇଟି ।
ଏସସିବିରେ ମନୋଜ ଆହୁଜା ; ସାଙ୍ଗରେ ଅଛନ୍ତି ସ୍ବାସ୍ଥ୍ୟ ସଚିବ
କଟକ ଏସ୍ସିବିରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଭିତ୍ତିଭୂମି ସହ ସମ୍ପ୍ରସାରଣ କାର୍ଯ୍ୟର କରୁଛନ୍ତି ସମୀକ୍ଷା । ସାଙ୍ଗରେ ଅଛନ୍ତି ସ୍ବାସ୍ଥ୍ୟ ସଚିବ ଓ ଡିଏମ୍ଇଟି । ଏସ୍ସିବିରେ ମୁଖ୍ୟ ଶାସନ ସଚିବ
/kanak/media/media_files/2025/03/30/oJrOA2RtvfvdPZExRWZr.jpg)