ମୁଖ୍ୟମନ୍ତ୍ରୀଙ୍କ ଦୁଇଦିନିଆ ସମ୍ବଲପୁର ଗସ୍ତ ; ଇ-ବସ୍‌ର ଶୁଭାରମ୍ଭ ସହ ଅନେକ ପ୍ରକଳ୍ପର ହେବ ଲୋକାର୍ପଣ

Advertisment

ଆଜି ସେ ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ କରିବେ । ଏହାପରେ ମହାନଦୀ ସମ୍ମୁଖରୁ ସମ୍ବଲପୁରବାସୀଙ୍କ ପାଇଁ ବହୁ ପ୍ରତୀକ୍ଷିତ 'ଇ-ବସ୍' ସେବାର ଶୁଭାରମ୍ଭ କରିବେ ।

ଆଜି ସେ ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ କରିବେ । ଏହାପରେ ମହାନଦୀ ସମ୍ମୁଖରୁ ସମ୍ବଲପୁରବାସୀଙ୍କ ପାଇଁ ବହୁ ପ୍ରତୀକ୍ଷିତ 'ଇ-ବସ୍' ସେବାର ଶୁଭାରମ୍ଭ କରିବେ ।

odisha-chief-minister

odisha-chief-minister Photograph: (kanak news)

କନକ ବ୍ୟୁରୋ : ଦୁଇଦିନିଆ ସମ୍ବଲପୁର ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗସ୍ତ ସମୟରେ ସେ ଜିଲ୍ଲାର ବିକାଶ ପାଇଁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବା ସହ ମାଆ ସମଲେଶ୍ବରୀ ମନ୍ଦିରରେ ପହଞ୍ଚି ମା’ଙ୍କ ଦର୍ଶନ କରିବେ। । ମୁଖ୍ୟମନ୍ତ୍ରୀ ପ୍ରଥମେ ବିମାନ ଯୋଗେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ ଏବଂ ସେଠାରୁ ସଡ଼କ ପଥରେ ସମ୍ବଲପୁର ଅଭିମୁଖେ ବାହାରିବେ । ଆଜି ସେ ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ କରିବେ । ଏହାପରେ ମହାନଦୀ ସମ୍ମୁଖରୁ ସମ୍ବଲପୁରବାସୀଙ୍କ ପାଇଁ ବହୁ ପ୍ରତୀକ୍ଷିତ 'ଇ-ବସ୍' ସେବାର ଶୁଭାରମ୍ଭ କରିବେ । ଏହି ସେବା ସହରର ପରିବହନ ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ । ଅପରାହ୍ନ ୨ଟା ୪୫ରୁ ୪ଟା ୩୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ବୁର୍ଲା ପିଏମ୍‌ଶ୍ରୀ ସରକାରୀ ହାଇସ୍କୁଲ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିବେ ।

ଗସ୍ତର ଦ୍ୱିତୀୟ ଦିନ ଅର୍ଥାତ ଆସନ୍ତାକାଲି , ମୁଖ୍ୟମନ୍ତ୍ରୀ ହୀରାକୁଦ ଜଳଭଣ୍ଡାର ସଂଲଗ୍ନ ଜମାଦାରପାଲି ଟିପୁପଡ଼ା ନିକଟରେ ସମ୍ବଲପୁର ସହର ପାଇଁ ୨୪ ଘଣ୍ଟିଆ ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହାସହ ସକାଳ ୧୧ଟା ୫୦ ମିନିଟରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂତନ ଭାବେ ନିର୍ମିତ 'ଟ୍ରମା କେୟାର' କୋଠାର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମ୍ବଲପୁରର ପରିବହନ, ସ୍ୱାସ୍ଥ୍ୟ ଏବଂ ପାନୀୟ ଜଳ ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଏକ ପ୍ରମୁଖ ପଦକ୍ଷେପ ବୋଲି ବିବେଚନା କରାଯାଉଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଅଧିକ ପଢ଼ନ୍ତୁ---ବିନା ତାର୍ପୋଲିନ୍ କଭର୍‌ରେ ଏଣିକି ଯାଇ ପାରିବନି କୌଣସି ବାଲି ବୋଝେଇ ଟ୍ରକ୍: ନିୟମ ଉଲ୍ଲଙ୍ଘନ କଲେ ଗଣିବେ ତଣ୍ଡ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe