South Africa Vs India At Barabati Match : ବାରବାଟୀ ଟି-୨୦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ : ଦିଲ୍ଲୀ ବିସ୍ଫୋରଣ ପରେ ଫୋକସରେ ସୁରକ୍ଷା ବ୍ୟବସ୍ଥା

ଭାରତ-ଦକ୍ଷିଣ ଆଫ୍ରିକା  ଆନ୍ତର୍ଜାତୀକ ଟି-ଟ୍ବେଣ୍ଟି ମ୍ୟାଚ ପ୍ରସ୍ତୁତିକୁ ସମୀକ୍ଷା ବୈଠକ ହୋଇଛି  ।  ଓଡିଶାର ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ତୃଟିଶୂନ୍ୟ ଭାବେ ଆୟୋଜନ କରିବା ପାଇଁ ଓସିଏ ଓ ରାଜ୍ୟ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

1

Photograph: (kanaknews)

କନକବ୍ୟୁରୋ : ଭାରତ-ଦକ୍ଷିଣ ଆଫ୍ରିକା  ଆନ୍ତର୍ଜାତୀକ ଟି-ଟ୍ବେଣ୍ଟି ମ୍ୟାଚ ପ୍ରସ୍ତୁତିକୁ ସମୀକ୍ଷା ବୈଠକ ହୋଇଛି  ।  ଓଡିଶାର ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ତୃଟିଶୂନ୍ୟ ଭାବେ ଆୟୋଜନ କରିବା ପାଇଁ ଓସିଏ ଓ ରାଜ୍ୟ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।   ଆସନ୍ତା ଡିସେମ୍ବର ୯ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଟି-ଟ୍ବେଣ୍ଟି ମ୍ୟାଚ୍  ।  ଏଥିପାଇଁ ଲୋକସେବା ଭବନରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଟି-ଣ୍ଟି ମ୍ୟାଚ୍ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଓଡିଶା କ୍ରିକେଟ୍ ଆସୋସିଏସନ୍‌ ଓ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ ମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି ।

ଅଧିକ ପଢନ୍ତୁ ... ଭୂଟାନରୁ ଫେରିବା ପରେ ସିଧା LNJP ହସ୍ପିଟାଲରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ : ଆହତଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିଲେ ନରେନ୍ଦ୍ର ମୋଦୀ

ଏହା ଯେପରି ତୃଟିଶୂନ୍ୟ ଭାବେ ପରିଚାଳିତ ହେବ ଏବଂ ଓଡିଶାର ମର୍ଯ୍ୟାଦା ସୁରକ୍ଷିତ ହେବ, ସେଥିପାଇଁ ସମସ୍ତେ ସଚେତନ ରହିବା ଆବଶ୍ୟକ । ବୈଠକରେ ଓସିଏ ସମ୍ପାଦକ ଶ୍ରୀ ସଞ୍ଜୟ ବେହେରା ମ୍ୟାଚ୍‌ର ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଟିକେଟ୍ କିଣାବିକା, ଦର୍ଶକ ମାନଙ୍କ ପାଇଁ ସୁବ୍ୟବସ୍ଥା, ନିରନ୍ତର ଲାଇଟିଙ୍ଗ ବ୍ୟବସ୍ଥା, ଷ୍ଟାଡିୟମ୍‌ର ଭିତ୍ତିଭୂମି ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା, ପାର୍କିଂ ଏବଂ ଟ୍ରାଫିକ୍ ପରିଚାଳନା ଆଦି ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା ହୋଇଛି  ।  

ଅଧିକ ପଢନ୍ତୁ ... Delhi Blast: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ନୂଆ ସୁରାକ୍ ! EcoSport କାର୍ ଖୋଜୁଛି ପୁଲିସ

ଦିଲ୍ଲୀରେ ହୋଇଥିବା ବିସ୍ଫୋରଣ ପରିପ୍ରେକ୍ଷୀରେ ଏହି ଅନ୍ତର୍ଜାତୀୟ କ୍ରୀଡା ସମୟରେ ପୋଲିସ୍ ପ୍ରଶାସନ ପକ୍ଷରୁ ଲୋକଙ୍କ ସୁରକ୍ଷା ପ୍ରତି ଏକ ଫୁଲ୍-ପ୍ରୁଫ୍ ବ୍ୟବସ୍ଥା କରାଯିବା ଆବଶ୍ୟକ ।  ଏଥିପାଇଁ ପୁଲିସ୍  ଅଧିକ ସତର୍କ ରହିବା  ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।  ଅସୁସ୍ଥ ବ୍ୟକ୍ତି କିମ୍ବା ଅନ୍ୟାନ୍ୟ ଅସୁବିଧା ସ୍ଥଳରେ ଲୋକମାନଙ୍କୁ ନେବା ଆଣିବା ପାଇଁ ଏକ ସୁବ୍ୟବସ୍ଥିତ ଗ୍ରୀନ କରିଡର ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ ।  ଏହା ସହିତ, ଭିଡ ନିୟନ୍ତ୍ରଣ, ଟିକେଟ୍ ବିକ୍ରି, ଜରୁରୀ ଚିକିତ୍ସା ବ୍ୟବସ୍ଥା ଆଦି ସମସ୍ତ କାର୍ଯ୍ୟ ଗୁଡିକୁ ଉପଯୁକ୍ତ ଭାବେ ତଦାରଖ କରି ନିର୍ଭୁଲ ଭାବେ ପରିଚାଳନା କରିବାକୁ ସେ ପରାମର୍ଶ ଦେଇଥିଲେ ।  

ପ୍ରତ୍ୟେକ ଷ୍ଟାଣ୍ଡର କ୍ଷମତା ଅନୁଯାୟୀ ସେଠାରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଦର୍ଶକଙ୍କୁ ବସିବା ପାଇଁ ବ୍ୟବସ୍ଥା କରାଯିବ ।  ମ୍ୟାଚ୍ ସମୟରେ ନିରନ୍ତର ଲାଇଟିଙ୍ଗ ବ୍ୟବସ୍ଥା ପାଇଁ ଅଧିକ ଜେନ୍‌ସେଟ୍ ଅଣାଯାଇଥିବା  ବେଳେ ଏହାର ମନିଟରିଂ ପାଇଁ ନୂଆ ସପ୍ଟୱେୟାର୍ ମଧ୍ୟ ଇନ୍‌ଷ୍ଟଲ କରାଯାଇଛି ।  ଗୋଟିଏ ଜେନ୍‌ସେଟ୍ ଫେଲ୍‌ ହେଲେ ତୁରନ୍ତ ଅନ୍ୟ ଗୋଟିଏ ଜେନ୍‌ସେଟ୍‌ ଚାଲୁ ହେବ ଏବଂ ଲାଇଟିଙ୍ଗ ବ୍ୟବସ୍ଥା ନିରନ୍ତର ଭାବେ ଜାରି ରହିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe