କନକ ବ୍ୟୁରୋ: ବାତ୍ୟା ଦାନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଶେଷ । ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବାତ୍ୟା ସ୍ଥିତି ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଜିରୋ କାଜୁଆଲଟିକୁ ସରକାର ଗୁରୁତ୍ୱ ଦେଇଛନ୍ତି। ସବୁ ସମ୍ଭାବ୍ୟ ପ୍ରସ୍ତାବ ଅଞ୍ଚଳରେ ପ୍ରସ୍ତୁତି ଜାରି ରହିଛି । ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳ ଅଞ୍ଚଳକୁ ସମସ୍ତ ଜରୁରୀ ଜିନିଷ ଯୋଗାଇ ଦିଆଯିବ । ବାତ୍ୟା ପରେ ଯୋଗଯୋଗ କିଭଳି ସ୍ଵାଭାବିକ ହେବ ତାହାକୁ ପ୍ରାଥମିକତା ଦିଆଯିବ । ଯୋଗାଯୋଗ, ଟେଲିଫୋନ, ବିଜୁଳିକୁ ବିଶେଷ ଭବେ ଗୁରୁତ୍ୱ ଦିଆଯାଇଛି । ଖାଦ୍ୟ ଦରରେ ଅସ୍ଵଭାବିକ ବୃଦ୍ଧି ବା କଳାବଜାରୀ ଉପରେ ବିଭାଗ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ସେବା ନିରବଛିନ୍ନ ଭାବେ ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନଡିଆରଏଫ, ଓଡ୍ରାଫ ଟିମ ପ୍ରସ୍ତୁତ ଅଛନ୍ତି। ଜନସାଧାରଣ ଭୟଭୀତ ନ ହେବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ବାତ୍ୟା ସ୍ଥିତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା: କହିଲେ, ବାତ୍ୟାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି
ବାତ୍ୟା ଦାନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଶେଷ । ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବାତ୍ୟା ସ୍ଥିତି ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଜିରୋ କାଜୁଆଲଟିକୁ ସରକାର ଗୁରୁତ୍ୱ ଦେଇଛନ୍ତି।