କନକ ବ୍ୟୁରୋ;  ସ୍ଵାଧୀନତା ଦିବସ ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ବୟାନ ଦୁର୍ଭାଗ୍ୟଜନକ କହିଲେ ଦେବୀ ମିଶ୍ର । ଆଜି ସ୍ୱାଧୀନତା ଦିବସରେ ରାଜନୀତିରୁ ଉର୍ଦ୍ଧ୍ବରେ ରହି ଦେଶର ସାର୍ବଭୌମତ୍ବ ଓ ରାଜ୍ୟର ବିକାଶର କଥା କହିବା ଉଚିତ । ଯଦି ପୂର୍ବ ସରକାର ଇଭେଣ୍ଟ ମ୍ୟାନେଜମେଣ୍ଟ କରୁଥାନ୍ତେ ତାହାଲେ, ନୀତି ଆୟୋଗଠାରୁ ଆରମ୍ଭ କରି ଏନଡ଼ିଏ ଓ ଉପା ସରକାର ମଧ୍ୟ ବିକାଶକୁ କେମିତି ସ୍ୱୀକାର  କରିଛନ୍ତି । ସାମାଜିକ କ୍ଷେତ୍ରଠାରୁ ଆରମ୍ଭ କରି ମୁଣ୍ଡପିଛା ଆୟ ବଢ଼ାଇବା, ଋଣ ଭାର କମ କରିବା, ଦୃଢ ଆର୍ଥିକ ସଶକ୍ତ ଓଡ଼ିଶା ଏକ ମୁହୂର୍ଶ ସ୍ଥିତିରୁ ବିକାଶକୁ ଆଗକୁ ଆଣିବାକୁ ଏନଡ଼ିଏ ସରକାର ମଧ୍ୟ ପ୍ରଶଂସା କରିଛନ୍ତି ।

Advertisment

ପୁରସ୍କାର ଦେଇଛନ୍ତି । ଆଇନ ଶୃଙ୍ଖଳା ସ୍ଥିତି ମଜବୁତ ଥିବାରୁ ଶିଳ୍ପ ଭିତ୍ତିଭୂମି ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ସ୍ୱାଧୀନତା ଦିବସ ମଞ୍ଚରୁ ଏପରି କହିବା ଦୁର୍ଭାଗ୍ୟ ଜନକ । ରାଜ୍ୟ ସାରା ଲୋକ ଅନୁଭବ କରୁଛନ୍ତି ରାଜ୍ୟରେ ନାରୀ ନିର୍ଯ୍ୟାତନା କଣ ହେଉଛି । ଯିଏ କ୍ରିମିନାଲ ଆକ୍ଟିଭିଟିରେ ଥିବେ ସେ ବନ୍ଧା ହେବେ । ସମସ୍ତଙ୍କୁ ଧରନ୍ତୁ । ଏହା ତାଙ୍କ ସରକାରର ଦାୟିତ୍ୱ । ଯଦି ବେଳାଭୂମୀରେ ଛାତ୍ରୀ ଜଣେ ବୁଲି ପାରିବନି, ଝିଅ ଗାଁ ଦାଣ୍ଡରେ ସୁରକ୍ଷିତ ରହିବ ନି। ତାକୁ ସଜାଡିବାକୁ ଚେଷ୍ଟା କରୁଛନ୍ତି ଯଦି କରନ୍ତୁ ।