ପୁଣି ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ସମସ୍ୟା ଶୁଣିଲେ, ସମାଧାନ ନିର୍ଦ୍ଦେଶ ଦେଲେ

Advertisment

ଦୀର୍ଘ ୬ ସପ୍ତାହ ପରେ ପୁଣି ଖୋଲିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ହେଲେ ଏଥର ବଦଳିଛି ଅଭିଯୋଗ ପ୍ରକୋଷ୍ଠର ଠିକଣା ଆଉ ଶୈଳୀ। ସବୁଥର ଭଳି ଏଥର ବି ଅଭିଯୋଗ ଶୁଣାଇବା ପାଇଁ ଲୋକଙ୍କର ଭିଡ଼ ଦେଖିବାକୁ ମିଳିଛି।

ଦୀର୍ଘ ୬ ସପ୍ତାହ ପରେ ପୁଣି ଖୋଲିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ହେଲେ ଏଥର ବଦଳିଛି ଅଭିଯୋଗ ପ୍ରକୋଷ୍ଠର ଠିକଣା ଆଉ ଶୈଳୀ। ସବୁଥର ଭଳି ଏଥର ବି ଅଭିଯୋଗ ଶୁଣାଇବା ପାଇଁ ଲୋକଙ୍କର ଭିଡ଼ ଦେଖିବାକୁ ମିଳିଛି।

cm grivance

କନକ ବ୍ୟୁରୋ: ଦୀର୍ଘ ୬ ସପ୍ତାହ ପରେ ପୁଣି ଖୋଲିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ହେଲେ ଏଥର ବଦଳିଛି ଅଭିଯୋଗ ପ୍ରକୋଷ୍ଠର ଠିକଣା ଆଉ ଶୈଳୀ। ସବୁଥର ଭଳି ଏଥର ବି ଅଭିଯୋଗ ଶୁଣାଇବା ପାଇଁ ଲୋକଙ୍କର ଭିଡ଼ ଦେଖିବାକୁ ମିଳିଛି। ସୋମବାର ପୂର୍ବରୁ ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିଥିବା ୧୦୦୦ ଜଣଙ୍କ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ।

ଏହାବ୍ୟତୀତ ଯେଉଁମାନେ ଅନଲାଇନରେ ପଞ୍ଜିକରଣ କରିନାହାନ୍ତି, ସେମାନଙ୍କ ପାଇଁ ୩ଟି ଅଣପଞ୍ଜିକୃତ କେନ୍ଦ୍ର କରାଯାଇଛି। ସେଠାରେ ପଞ୍ଜିକରଣ ପରେ ସେମାନଙ୍କୁ ଏସଏମଏସ ଯିବ। ଯଦି ଏସଏମଏସ ନଯିବ, ତାହେଲେ ପୁଣିଥରେ ଅନଲାଇନରେ ପଞ୍ଜୀକରଣ କରି ଅଭିଯୋଗ ପ୍ରକୋଷ୍ଠକୁ ଆସିପାରିବେ।

ସବୁଥର ଭଳି କିଛି ସମସ୍ୟାର ତୁରନ୍ତ ସମାଧାନ କରାଯାଇଥିବା ବେଳେ କିଛି ଜଣଙ୍କୁ ସମାଧାନ ପାଇଁ ପ୍ରତିଶ୍ରୁତି ମିଳିଛି। ସୁନ୍ଦରଗଡ଼ ଜିଲ୍ଲାରୁ ଅଭିଯୋଗ ଶୁଣାଇବାକୁ ଆସିଥିଲେ ହୃଷିକେଶ କୁମାରୀ। ଛତିଶଗଡ଼ ସୀମାକୁ ଲାଗି ରହିଥିବା ଆର୍ଦଶ ସ୍କୁଲ ହଷ୍ଟେଲ ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ୭ ଦିନ ଭିତରେ ଏହାକୁ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିଭଳି ଧର୍ମଶାଳା ବ୍ଲକର ବର୍ଷାରାଣୀ ମହାପାତ୍ରଙ୍କୁ ୧୭ ମାସରୁ ଅଧିକ ସମୟ ହେବ ଭତ୍ତା ମିଳିନାହିଁ। ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe