ବିଧାନସଭାରୁ ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ । କହିଲେ, ଦୁର୍ନୀତି ବିକାଶରେ ବାଧକ , ଆଗାମୀ ଦିନରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ବ୍ୟାପକ ହେବ କାର୍ଯ୍ୟାନୁଷ୍ଠାନ ।

ଦୁର୍ନୀତିଗ୍ରସ୍ତଙ୍କୁ କ୍ଷମା ନାହିଁ । ଆଗାମୀ ଦିନରେ ଭିଜିଲାନ୍ସ ଦ୍ୱାରା ଦୁର୍ନୀତି ଗ୍ରସ୍ତ ଅଧିକାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ବ୍ୟାପକ ହେବ ।

ଅଦ୍ୟତନ ହୋଇଛି
ଓଡିଶାର ଅଗ୍ନିବୀରଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ୧୦% ସଂରକ୍ଷଣ ସହ ବୟସ ସୀମାରେ ୫ ବର୍ଷ କୋହଳ ।

କନକ ବ୍ୟୁରୋ: ଦୁର୍ନୀତିଗ୍ରସ୍ତଙ୍କୁ କ୍ଷମା ନାହିଁ । ଆଗାମୀ ଦିନରେ ଭିଜିଲାନ୍ସ ଦ୍ୱାରା ଦୁର୍ନୀତି ଗ୍ରସ୍ତ ଅଧିକାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ବ୍ୟାପକ ହେବ । ବିଧାନସଭାରେ ଆଜି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୋହନ ମାଝି ଗୃହରେ ଆଜି କହିଛନ୍ତି, ସରକାର ଦୁର୍ନୀତିକୁ କେବେ ବି ପ୍ରଶୟ ଦେବେ ନାହିଁ । ଦୁର୍ନୀତି ରାଜ୍ୟର ବିକାଶରେ ବାଧକ । ତେଣୁ ଆମ ସରକାର ପ୍ରଥମ ଦିନରୁ ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହନଶୀଳତା ପନ୍ଥା ଅବଲମ୍ବନ କରି ଆସୁଛନ୍ତି । ଅନେକ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ଜରିଆରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଆଗକୁ ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି ବିଧାନସଭାରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe