କନକ ବ୍ୟୁରୋ: ଦୁର୍ନୀତିଗ୍ରସ୍ତଙ୍କୁ କ୍ଷମା ନାହିଁ । ଆଗାମୀ ଦିନରେ ଭିଜିଲାନ୍ସ ଦ୍ୱାରା ଦୁର୍ନୀତି ଗ୍ରସ୍ତ ଅଧିକାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ବ୍ୟାପକ ହେବ । ବିଧାନସଭାରେ ଆଜି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୋହନ ମାଝି ଗୃହରେ ଆଜି କହିଛନ୍ତି, ସରକାର ଦୁର୍ନୀତିକୁ କେବେ ବି ପ୍ରଶୟ ଦେବେ ନାହିଁ । ଦୁର୍ନୀତି ରାଜ୍ୟର ବିକାଶରେ ବାଧକ । ତେଣୁ ଆମ ସରକାର ପ୍ରଥମ ଦିନରୁ ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହନଶୀଳତା ପନ୍ଥା ଅବଲମ୍ବନ କରି ଆସୁଛନ୍ତି । ଅନେକ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ଜରିଆରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଆଗକୁ ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି ବିଧାନସଭାରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।