ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କ ଦାଦାଗିରି : ପୁଲିସ ଅଧିକାରୀଙ୍କୁ ହାତ ଉଠାଇବା ସହ ଦେଖାଇଲେ ନାଲି ଆଖି

ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କ ନାଲିଆଖି  ।  ପୁଲିସ ଅଧିକାରୀଙ୍କୁ ଚାପୁଡା ମାରିବାକୁ ଉଦ୍ୟମ କରି ସମାଲୋଚନା ଘେରରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ବେଲଗାଭିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସିଦ୍ଧରମୈୟା

sidhar

Photograph: (KanakNews)

କନକବ୍ୟୁରୋ : ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କ ନାଲିଆଖି  ।  ପୁଲିସ ଅଧିକାରୀଙ୍କୁ ଚାପୁଡା ମାରିବାକୁ ଉଦ୍ୟମ କରି ସମାଲୋଚନା ଘେରରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ବେଲଗାଭିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସିଦ୍ଧରମୈୟା  ।  ହଠାତ କୌଣସି କାରଣରୁ ରାଗି ଯାଇଥିଲେ ଓ ଏସପି କେଉଁଠି ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ  ।  ଏହାର ଉତ୍ତର ଅନ୍ୟଜଣେ ପୁଲିସ ଅଧକାରୀ ଦେଉଥିବା ସମୟରେ ସିଦ୍ଧରମୈୟା ଉତକ୍ଷିପ୍ତ ହୋଇ ତାଙ୍କ ଉପରକୁ ହାତ ଉଠାଇବାକୁ ଉଦ୍ୟମ କରିଥିଲେ  ।  ପାଖରେ ଥିବା କର୍ମୀ ବୁଝାସୁଝା କରିବା ପରେ ଶାନ୍ତ ପଡିଥିଲେ ମୁଖ୍ୟମନ୍ତ୍ରୀ । ତେବେ ଘଟଣା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଚରଣ ପାଇଁ ସମାଲୋଚନା କରାଯାଉଛି  
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe