କନକବ୍ୟୁରୋ : ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କ ନାଲିଆଖି । ପୁଲିସ ଅଧିକାରୀଙ୍କୁ ଚାପୁଡା ମାରିବାକୁ ଉଦ୍ୟମ କରି ସମାଲୋଚନା ଘେରରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ବେଲଗାଭିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସିଦ୍ଧରମୈୟା । ହଠାତ କୌଣସି କାରଣରୁ ରାଗି ଯାଇଥିଲେ ଓ ଏସପି କେଉଁଠି ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଏହାର ଉତ୍ତର ଅନ୍ୟଜଣେ ପୁଲିସ ଅଧକାରୀ ଦେଉଥିବା ସମୟରେ ସିଦ୍ଧରମୈୟା ଉତକ୍ଷିପ୍ତ ହୋଇ ତାଙ୍କ ଉପରକୁ ହାତ ଉଠାଇବାକୁ ଉଦ୍ୟମ କରିଥିଲେ । ପାଖରେ ଥିବା କର୍ମୀ ବୁଝାସୁଝା କରିବା ପରେ ଶାନ୍ତ ପଡିଥିଲେ ମୁଖ୍ୟମନ୍ତ୍ରୀ । ତେବେ ଘଟଣା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଚରଣ ପାଇଁ ସମାଲୋଚନା କରାଯାଉଛି
ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କ ଦାଦାଗିରି : ପୁଲିସ ଅଧିକାରୀଙ୍କୁ ହାତ ଉଠାଇବା ସହ ଦେଖାଇଲେ ନାଲି ଆଖି
ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କ ନାଲିଆଖି । ପୁଲିସ ଅଧିକାରୀଙ୍କୁ ଚାପୁଡା ମାରିବାକୁ ଉଦ୍ୟମ କରି ସମାଲୋଚନା ଘେରରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ବେଲଗାଭିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସିଦ୍ଧରମୈୟା
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)