କନକ ବ୍ୟୁରୋ : କୋଟିଆକୁ ନେଇ ବଡ଼ ଘୋଷଣା କଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ସେ କହିଛନ୍ତି, କୋଟିଆ ଓଡ଼ିଶାର ଅବିଚ୍ଛେଦ ଅଙ୍ଗ । ଯିଏ ଯେତେ ଦାବି କଲେ ବି କୋଟିଆ ଓଡ଼ିଶାର ରହିଛି ଆଉ ରହିବ । ନିର୍ବାଚନ ସମୟରେ କୋଟିଆ ଉପରେ ଆନ୍ଧ୍ରର ଆଖି ରହୁଛି । ତାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି । କୋଟିଆର ସମନ୍ୱିତ ବିକାଶ ସରକାରଙ୍କ ଲକ୍ଷ୍ୟ । ପରିବହନ ବିଭାଗ ପକ୍ଷରୁ କୋଟିଆରେ ଖୁବଶୀଘ୍ର ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ ସେବା । ଖଣି ଖାଦାନରେ ଭରପୂର କୋଟିଆ । ସେଠାକାର ଗୋଟେ ପାହାଡ଼କୁ ସୁନା ପାହାଡ଼ ବୋଲି କୁହାଯାଏ । ତାକୁ ଚିହ୍ନଟ ତାର ସଦୁପଯୋଗ କରିବା ପାଇଁ ଖଣି ବିଭାଗ ବି ପଦକ୍ଷେପ ନେଉଛି ।
ସେ ଆହୁରି କହିଛନ୍ତି, ଖୁବଶୀଘ୍ର ନିଲାମ ହେବ ରାଜ୍ୟର ୨୨ ଟି ଖଣି । ପୂର୍ବ ସରକାର ଦୀର୍ଘ ଦିନ ଧରି ଖଣି ଅକ୍ସନ କରୁନଥିଲେ । ନୂଆ ସରକାର ଆସିବା ପରେ ବର୍ଷକ ମଧ୍ୟରେ ୮ ଟି ଖଣି ଅକ୍ସନ କରିଛନ୍ତି । ଖୁବଶୀଘ୍ର ଆହୁରି ୨୨ ଟି ଖଣି ନିଲାମ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖଣି ନିଲାମ ଦ୍ୱାରା ରାଜ୍ୟର ରାଜସ୍ୱ ବଢିବ । ତାହା ସହ ଶିଳ୍ପ ଆସିବା ଦ୍ୱାରା ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ସେ ଦିଗକୁ ପ୍ରାଧାନ୍ୟ ଦେଇ ଖଣି ବିଭାଗ କାମ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/07/22/kotia-bus-service-2025-07-22-12-59-27.jpg)