ସବୁ ପୂଜା ପେଣ୍ଡାଲରେ ଭଡା ଛାଡ ! ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ଘୋଷଣା

ଜଗଜ୍ଜନନୀଙ୍କ ପୂଜା ପାଇଁ ଉତ୍ସବ ମୁଖର ପୁରପଲ୍ଲୀ । ଆଜି ମହାମାୟାଙ୍କ ମହାନବମୀ, ମଣ୍ଡପରେ ଚାଲିଛି ଅଷ୍ଟମୀ ପୂଜା । ରାଜ୍ୟର ସବୁ ପୂଜା ପେଣ୍ଡାଲ ଭଡ଼ା ଛାଡ଼ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ।

3300000000000

କନକ ବ୍ୟୁରୋ: ମନ୍ତ୍ରୀ ନେତା ବୁଲୁଛନ୍ତି ପୂଜା ମଣ୍ଡପ । ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଣ୍ଡପରୁ ମଣ୍ଡପ ବୁଲିଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ପୂଜା ମଣ୍ଡପକୁ ଯାଇ ସେଠାରେ ମା’ଙ୍କୁ ଦର୍ଶନ କରିବେ ।  

ଆଜି ୯ଟି ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓଲ୍ଡ ଟାଉନର ପାଟଣାସାହି ମଣ୍ଡପ, ସୁନ୍ଦରପଦା, ବରମୁଣ୍ଡା, ନୟାପଲ୍ଲୀ, ରସୁଲଗଡ଼, ସହିଦନଗର, ବମିଖାଲ, ଲକ୍ଷ୍ମୀସାଗର ଓ ଷ୍ଟେସନ୍ ବଜାର ପୂଜା ମଣ୍ଡପ ବୁଲିବେ ମୋହନ ମାଝୀ। ୩ ଘଣ୍ଟା ଧରି ମଣ୍ଡପରୁ ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ପୂଜା ମଣ୍ଡପକୁ ନେଇ ବଡ ଘୋଷଣା କରିଛନ୍ତି ମୋହନ ମାଝୀ । ରାଜ୍ୟର ସବୁ ପୂଜା ପେଣ୍ଡାଲ ଭଡ଼ା ଛାଡ଼ ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe