କନକ ବ୍ୟୁରୋ: ଛାତ୍ରୀଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ପାଇଁ ଆସିଲା ନୂଆ ସ୍କିମ୍ । ଶକ୍ତି ଶ୍ରୀ ଯୋଜନା ଆଣିବେ ସରକାର । ଏହାଦ୍ବାରା ଛାତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର । କଲେଜମାନଙ୍କରେ ବିଭିନ୍ନ ପରିସ୍ଥିତି ଆଉ ଘଟଣାକୁ ଆଖି ଆଗରେ ରଖି ଛାତ୍ରୀମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ବିଶ୍ୱ ବିଦ୍ୟାଳୟରେ ଅଧିନରେ ଥିବା ସମସ୍ତ କଲେଜରେ ଶକ୍ତି ଶ୍ରୀ ଯୋଜନା କାର୍ଯ୍ୟକାରୀ ହେବ । ମହା ବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟମାନଙ୍କରେ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷାର ପ୍ରଶିକ୍ଷଣ, ସଶକ୍ତିକରଣ ଗୁରୁତ୍ବାରୋପ କରାଯାଇଛି ।
ବିଶ୍ୱବିଦ୍ୟାଳୟରେ ଶକ୍ତି ଶ୍ରୀ ସଶକ୍ତିକରଣ କେନ୍ଦ୍ର ସ୍ଥାପନ କରାଯିବ । ଏହାକୁ ଛାତ୍ରୀମାନେ ନିୟନ୍ତ୍ରଣ ଆଉ ପରିଚାଳନା କରିବେ । ଯଦି କୌଣସି ମହିଳା ଦୁର୍ବ୍ୟବହାର କି ସମସ୍ୟାର ସାମ୍ନା କରନ୍ତି ତେବେ ସେମାନେ ଏହା ବିରୋଧରେ ନିଜେ ଏତଲା ଦେଇ ଏହାକୁ କାର୍ଯ୍ୟକାରୀ କରିପାରିବେ । ଶକ୍ତି ଶ୍ରୀ ସଶକ୍ତିକରଣ କେନ୍ଦ୍ରରେ ଜଣେ ଛାତ୍ରୀ ଶକ୍ତି ଶ୍ରୀ ସାଥୀ ଭାବେ କାମ କରିବେ, ଜଣେ ଅଧ୍ୟାପିକା ଶକ୍ତି ଶ୍ରୀ ସଂଯୋଜିକା ହିସାବରେ କାମ କରିବେ । ଏହାସହ ଜିଲ୍ଲାପାଳଙ୍କ ଦ୍ୱାରା ନିୟୋଜିତ ହୋଇଥିବା ୫ ଜଣ ମହିଳା ଶକ୍ତି ଅପା ଭାବେ କାର୍ୟ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।