ସୁନ୍ଦରଗଡ଼କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : କହିଲେ ଉତ୍ତର ଓଡ଼ିଶା ବିକାଶ ପରିଷଦରେ ସାମିଲ ହେବ ସୁନ୍ଦରଗଡ଼ ଜିଲ୍ଲା

ସୁନ୍ଦରଗଡ଼ର ବିକାଶକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି ଉତ୍ତର ଓଡ଼ିଶା ବିକାଶ ପରିଷଦରେ ସୁନ୍ଦରଗଡ଼ ଜିଲ୍ଲା ସାମିଲ ହେଲେ ବିକାଶ ତ୍ୱରାନ୍ୱିତ ହୋଇପାରିବ । ନିର୍ବାଚନ ପ୍ରତିଶ୍ରୁତି ଆଧାରରେ ନୂଆ ସରକାର , ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥିପାଇଁ ଟାସ୍କଫୋର୍ସ ଗଠନ କରାଯାଇଛି ଓ ଏହାର ଦାୟିତ୍ୱ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଦିଆଯାଇଛି ।

mohan majhi 1

କନକବ୍ୟୁରୋ : ସୁନ୍ଦରଗଡ଼ର ବିକାଶକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି ଉତ୍ତର ଓଡ଼ିଶା ବିକାଶ ପରିଷଦରେ ସୁନ୍ଦରଗଡ଼ ଜିଲ୍ଲା ସାମିଲ ହେଲେ ବିକାଶ ତ୍ୱରାନ୍ୱିତ ହୋଇପାରିବ । ନିର୍ବାଚନ ପ୍ରତିଶ୍ରୁତି ଆଧାରରେ ନୂଆ ସରକାର ,ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ଏଥିପାଇଁ ଟାସ୍କଫୋର୍ସ ଗଠନ କରାଯାଇଛି ଓ ଏହାର ଦାୟିତ୍ୱ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଦିଆଯାଇଛି । ଏବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ସୁନ୍ଦରଗଡ଼ ଜିଲ୍ଲା ରହିଛି । ଆଗକୁ ଉତ୍ତର ଓଡ଼ିଶା ବିକାଶ ପରିଷଦ ଓ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ହେବାର ଅଛି । ତେଣୁ ଉତ୍ତର ଓଡ଼ିଶା ବିକାଶ ପରିଷଦରେ ସୁନ୍ଦରଗଡ଼ ଜିଲ୍ଲା ସାମିଲ ହେଲେ ଅଧିକ ଲାଭାନ୍ୱିତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ  ।

ଏହାଦ୍ବାରା ସାମାଜିକ, ଆର୍ଥିକ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନରେ ଦ୍ରୁତ ବିକାଶ ସମ୍ଭବ ହୋଇପାରିବ । ସେହିପରି ଉତ୍ତର ଓଡ଼ିଶା ବିକାଶ ପରିଷଦ ହେଲେ ବହୁତ ଆଗୁଆ ବିକାଶ ହୋଇପାରିବ ବୋଲି ମତ ରଖଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe