କନକବ୍ୟୁରୋ : ନିଯୁକ୍ତିକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୁଇ ବର୍ଷ ଭିତରେ ରାଜ୍ୟରେ ୭୫ ନିଯୁକ୍ତି ଦେବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୁଶାସନ ଦିବସ ବା ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଏହି ବଡ଼ ଘୋଷଣା କରିଛନ୍ତି । ନିଯୁକ୍ତି ପ୍ରସଙ୍ଗରେ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ।
କହିଛନ୍ତି ପୂର୍ବ ସରକାର କାମ ନୁହେଁ କଥା ଦେଉଥିଲେ । ରାଜ୍ୟର ଯୁବକ ଯୁବତୀଙ୍କୁ ନିଯୁକ୍ତି କଥା କହି ଦିନ ମଜୁରି ଦେଇ ପ୍ରଶାସନର କାମ ଚଳେଇ ନେଉଥିଲେ । ପୂର୍ବ ସରକାର ସମୟରେ ରାଜ୍ୟରେ ୧ ଲକ୍ଷ ୫୦ ହଜାର ପଦ ଖାଲି ପଡ଼ିଛି । ଆମେ ଆସନ୍ତା ଦୁଇ ବର୍ଷରେ ୭୫ ହଜାର ନିଯୁକ୍ତି ଦେବୁ । ଏଥିପାଇଁ ପ୍ରକ୍ରିଆ ଆରମ୍ଭ ହୋଇଛି । ଖୁବ ଶୀଘ୍ର ୨୦ ହଜାର ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/26/IbNuarztoGYwYyKFhvTZ.jpg)