ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ରାଜ୍ୟସ୍ତରୀୟ ଉତ୍ସବ ଭାବେ ପାଳନ ହେବ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ

Advertisment

ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀକୁ ସରକାର ରାଜ୍ୟସ୍ତରୀୟ ଉତ୍ସବ ଭାବେ ପାଳନ କରି‌ବେ । ଆସନ୍ତା ମେ ୧୬ ତାରିଖରୁ କବିସମ୍ରାଟଙ୍କ ଜୟନ୍ତୀ ୭ଦିନ ବ୍ୟାପୀ ରାଜ୍ୟସାରା ପାଳିତ ହେବ । ଏହି ଅବସରରେ ଆବୃତ୍ତି, ଆଲୋଚନାଚକ୍ର ଓ ଭଞ୍ଜଙ୍କ ରଚିତ କଳାକୃତି ଓଡ଼ିଶୀ ଏବଂ ଗୀତିନାଟ୍ୟ ଆଦି ପ୍ରଦର୍ଶିତ ଲାଗି ସଂସ୍କୃତି ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି

05

Photograph: (KANAKNEWS)

କନକବ୍ୟୁରୋ : ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀକୁ ସରକାର ରାଜ୍ୟସ୍ତରୀୟ ଉତ୍ସବ ଭାବେ ପାଳନ କରି‌ବେ । ଆସନ୍ତା ମେ ୧୬ ତାରିଖରୁ କବିସମ୍ରାଟଙ୍କ ଜୟନ୍ତୀ ୭ଦିନ ବ୍ୟାପୀ ରାଜ୍ୟସାରା ପାଳିତ ହେବ । ଏହି ଅବସରରେ ଆବୃତ୍ତି, ଆଲୋଚନାଚକ୍ର ଓ ଭଞ୍ଜଙ୍କ ରଚିତ କଳାକୃତି ଓଡ଼ିଶୀ ଏବଂ ଗୀତିନାଟ୍ୟ ଆଦି ପ୍ରଦର୍ଶିତ ଲାଗି ସଂସ୍କୃତି ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଏବେଠାରୁ ଏହି ଆୟୋଜନ ଲାଗି ପ୍ରସ୍ତୁତି ଆରମ୍ଭ କରିବେ ।

ଅଧିକ ପଢନ୍ତୁ ... କେନ୍ଦ୍ରାପଡ଼ାରୁ ତିନି ଜଣ ବାଂଲାଦେଶୀଙ୍କୁ ଦେଶାନ୍ତର : ଚିହ୍ନଟ ପରେ କେନ୍ଦ୍ରାପଡ଼ା ପୁଲିସ ଓ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ

 କବିସମ୍ରାଟ ହେଉଛନ୍ତି ଓଡ଼ିଆ ଅସ୍ମିତାର ପ୍ରତୀକ । ତେଣୁ ତାଙ୍କ ପ୍ରତି ଯଥୋଚିତ ସମ୍ମାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ସମ୍ମାନଜନକ ଉପେନ୍ଦ୍ର ଭଞ୍ଜ ଚେୟାର ପୁନଃସ୍ଥାପନ ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ଚେୟାର ୧୯୯୦ ମସିହାରେ ଗଠିତ ହୋଇଥିଲା । ୧୯୯୯ ମସିହା ପରେ ଏହି ଚେୟାର କାର୍ଯ୍ୟକ୍ଷମ ନାହିଁ। ଏହି ଚେୟାର ଉଚ୍ଚଶିକ୍ଷା ଓ ସଂସ୍କୃତି ବିଭାଗ ମିଳିତ ଭାବେ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୫୧ କୋଟି ଟଙ୍କା ବିନିମୟ‌ରେ ୧୫ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

---

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe