କନକ ବ୍ୟୁରୋ : ଯାଜପୁର ସଭାରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୦୨୪ ନିର୍ବାଚନ ପରେ ପ୍ରଥମଥର ପାଇଁ ଆଜି ଯାଜପୁର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା ଉଠାଇ ଅସନ୍ତୋଷ ଝାଡ଼ିଛନ୍ତି । କହିଛନ୍ତି, ପୂର୍ବ ସରକାରର କିଛି କୁଜି ନେତା ଜଣେ ମହିଳାଙ୍କୁ ସେମାନଙ୍କ କାମରେ ବ୍ୟବହାର କରି ହତ୍ୟା କରିଛନ୍ତି । ମୃତ ସ୍ମୀତାରାଣୀଙ୍କ ସ୍ୱାମୀଙ୍କ ଅନୁରୋଧ ଅନୁସାରେ, ଏହି ସମ୍ୱେଦନଶୀଳ ଘଟଣାର ତଦନ୍ତ ହେବ। ବଡ଼ଟଣା ମାଟିରୁ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ। କେହି ବି ଖସିଯିବେ ନାହିଁ ।
ସେପଟେ ଯାଜପୁର ନଗଡ଼ାର ବିକାଶ ପ୍ରସଙ୍ଗ ଉଠାଇ ଖୁବ୍ ବର୍ଷିଛନ୍ତି। ବିକାଶ ନାଁରେ କେବଳ ବିନାସ କରିଛନ୍ତି ପୂର୍ବ ସରକାର। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ନଗଡା ପ୍ରସଙ୍ଗରେ କେବଳ ଭୋଟ ବ୍ୟାଙ୍କ ତିଆରି କରୁଥିଲେ। ଭୋକ ମେଂଟାଇବାକୁ ଲଢେଇ କରୁଥିବା ଲୋକଙ୍କ ବିକାଶ ପାଇଁ ଯୋଜନା କରି ଅର୍ଥ ଅଣା ଯାଇଛି, ହେଲେ ବିକାଶ ହୋଇନାହିଁ। ନଗଡାକୁ କେବଳ ଅବହେଳା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/BfnLkhnTtZfbEAixgCzB.jpg)