କନକ ବ୍ୟୁରୋ : ଭୁବନେଶ୍ବରର ଜନତା ମଇଦାନରେ ଚାଲିଛି ୧୮ତମ ପ୍ରବାସୀ ଭାରତୀୟ ଦିବସ । ପ୍ରବାସୀ ଭାରତୀୟ ସମ୍ମିଳନୀ କୁ ଉଦ୍ଘାଟନ କରିଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରିବା ସହ ପ୍ରବାସୀଙ୍କ ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ରଖିଥିଲେ । ଜୟ ଜଗନ୍ନାଥରୁ ନିଜର ଭାଷଣ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମସ୍ତ ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶାକୁ ସ୍ବାଗତ କରିବା ସହ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସ୍ବାଗତ ଜଣାଇଥିଲେ ମୋହନ ମାଝୀ ।
ନିଜ ମନ୍ତବ୍ୟରେ ମୁଖ୍ୟମନ୍ତ୍ରୀ ପଞ୍ଜିନିବେଶ ଉପରେ ଗୁରୁତ୍ବ ଦେଇଥିଲେ । ପୁଞ୍ଜିନିବେଶ ପାଇଁ ପ୍ରବାସୀ ଭାରତୀୟଙ୍କୁ ଅପିଲ୍ କରିଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ବିକାଶ ଯାତ୍ରାରେ ସାମିଲ ହୁଅନ୍ତୁ। ବ୍ୟବସାୟ ପାଇଁ ଓଡ଼ିଶା ହେଉଛି ଉପଯୁକ୍ତ ସ୍ଥାନ । ରାଜ୍ୟ ସରକାର ସବୁ ପ୍ରକାଳ ସହଯୋଗ କରିବେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଓଡିଶା ଆଗକୁ ବଢୁଛି । ପ୍ରାକୃତିକ ସୌନ୍ଦର୍ଯ୍ୟର ଭୁରପୁର ଓଡ଼ିଶା । ଯାହା ଆପଣମାନଙ୍କୁ ପୁଞ୍ଜିନିବେଶରେ ପ୍ରଚୁର ସହଯୋଗ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ ।