କନକ ବ୍ୟୁରୋ : ରାଜ୍ୟର ସମସ୍ତ ମା ମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ନିବେଦନ । ମାର୍ଗଶିର ମାସ ମାଣବସା ଗୁରୁବାରରେ ମାଣ୍ଡିଆରେ ପ୍ରସ୍ତୁତ ନୈବେଦ୍ୟ ଲାଗି କରାଯାଉ । ମା ଲକ୍ଷ୍ମୀଙ୍କ ନିକଟରେ ମାଣ୍ଡିଆ ଏବଂ ମାଣ୍ଡିଆ ଦ୍ୱାରା ପ୍ରସ୍ତୁତ ଭୋଗ ଲାଗି କରିବାକୁ ମାଆ ମାନଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ମାଣ୍ଡିଆ ଦ୍ୱାରା ପ୍ରସ୍ତୁତ ବ୍ୟଞ୍ଜନ ପରିବାର ଲୋକଙ୍କୁ ଖୁଆଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅନୁରୋଧ କରିଛନ୍ତି । ଶ୍ରୀଅନ୍ନ ଓ ବିସ୍ତୃତ ଖାଦ୍ୟ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ନିବେଦନ କରିଛନ୍ତି ।