ପୁଣି ଆରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା’ ଟିମ : ୧୪୭ଜଣ ରୋଗୀ ଚିକିତ୍ସିତ

ଜିଲ୍ଲାରେ ପହଞ୍ଚିଛନ୍ତି ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା’ ଟିମ । ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାର ୧୪୭ଜଣ ରୋଗୀ ଚିକିତ୍ସିତ ହୋଇଛନ୍ତି।

CM

Photograph: (KANAKNEWS)

କନକବ୍ୟୁରୋ : ଜିଲ୍ଲାରେ ପହଞ୍ଚିଛନ୍ତି ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା’ ଟିମ । ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାର ୧୪୭ଜଣ ରୋଗୀ ଚିକିତ୍ସିତ ହୋଇଛନ୍ତି। ୧୮ରୁ ୨୧ ଅଗଷ୍ଟ ପର୍ଯ୍ୟନ୍ତ ସୁପର ସ୍ପେଶାଲିଷ୍ଟ ଡାକ୍ତର ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନାରେ ଜିଲ୍ଲାର ରୋଗୀଙ୍କ ଚିକିତ୍ସା କରିବେ। ଆଜି ପୂର୍ବାହ୍ନରେ ଏହି ୭ ଜଣିଆ ବିଶେଷଜ୍ଞ ଟିମ୍ ସ୍ଵତନ୍ତ୍ର ବିମାନ ଯୋଗେ ପହଞ୍ଚିଥିଲେ ମାଲକାନଗିରି ବିମାନ ବନ୍ଦରରେ। ସେଠାରୁ ମାଲକାନଗିରି ସଦର ମୁଖ୍ୟ ଡାକ୍ତରଖାନାରେ ପହଞ୍ଚି ୧୪୭ ରୋଗୀଙ୍କ ଚିକିତ୍ସା କରାଯାଇଥିଲା । 

ସେଥିମଧ୍ୟରୁ କାର୍ଡିଓଲୋଜିରେ ୩୫, ନ୍ୟୁରୋଲୋଜୀରେ ୩୮, ଗାଷ୍ଟ୍ରୋଏଣ୍ଟେରୋଲୋଜିରେ ୧୯, ଏଣ୍ଡୋକ୍ରିନୋଲୋଜୀରେ ୧୯ ଓ ନେଫ୍ରୋଲୋଜିରେ ୩୬ ଓ ୮ ଜଣ ଙ୍କର ଇସିଜି କରାଯାଇଛି ।  ଏହି ଡାକ୍ତରୀ ଦଳରେ ସର୍ଜରୀ ସ୍ପେଶାଲିଷ୍ଟ  ଏସ୍‌ସିବି ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଜ୍ୟୋତିର୍ମୟ ନାୟକ, ବରିଷ୍ଠ କାର୍ଡିଓଲୋଜି ଆଭାଂଶ ଟଙ୍କ, ସିନିୟର୍ ନେଫ୍ରୋଲୋଜି ଡାକ୍ତର ଧିରଜ କୁମାର ଲେଙ୍କା,  ସିନିୟର୍ ନ୍ୟୁରୋଲୋଜି ଡାକ୍ତର ସଂଘମିତ୍ରା ସାହୁ, ସିନିୟର୍ ଏଣ୍ଡୋକ୍ରିନୋଲୋଜୀ ଡାକ୍ତର ସୀତାକାନ୍ତ ପଣ୍ଡା, ସିନିୟର୍ ଗାଷ୍ଟ୍ରୋଏଣ୍ଟେରୋଲୋଜି ଡାକ୍ତର ରାକେଶ ମହାନ୍ତି, ଆସିଷ୍ଟାଣ୍ଟ ପ୍ରଫେସର  ଆନାସ୍ଥେସିଓଲୋଜି  ଡାକ୍ତର ରାଜ କୁମାର ମହାପାତ୍ର  ପ୍ରମୁଖ ରହିଛନ୍ତି। ଉପାନ୍ତ ଅଞ୍ଚଳର ଲୋକଙ୍କ ପାଇଁ ସଞ୍ଜିବନୀ ପାଲଟିଛି ମୁଖ୍ଯମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟ ସେବା ବୋଲି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ କହିଛନ୍ତି। ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା କାର୍ଯ୍ୟକ୍ରମ ଯୋଗୁ ରୋଗୀମାନେ ଉପକୃତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe