କନକ ବ୍ୟୁରୋ: ଫାଇଲ୍ ଦେଖି ମୁଖ୍ୟମନ୍ତ୍ରୀଙ୍କ ଆକ୍ସନ, ଆଉ ଦୁର୍ନୀତିଗ୍ରସ୍ତଙ୍କ ବଢିଲା ଟେନ୍‌ସନ୍। ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଦୃଢ ସ୍ବରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବ୍ୟକ୍ତି ଯେତେ ବି ପ୍ରଭାବଶାଳୀ ହୋଇଥାନ୍ତୁ ନା କାହିଁକି, ଛଡାଯିବ ନାହିଁ । ଭିଜିଲାନ୍ସ ରେଡ଼ରେ କୋଟିପତି ଇଞ୍ଜିନିୟର ଧରାପଡିବା ଘଟଣାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରେଡ୍ ହେବା ପୂର୍ବରୁ ତାଙ୍କ ପାଖକୁ ଫାଇଲ ଆସିଥିଲା ।

Advertisment

ଆଉ ଗୋଟିଏ ଦିନ ଚାକିରି ଅଛି କଣ କରିବା ବୋଲି କୁହାଯାଇଥିଲା। କିନ୍ତୁ ସେ କହିଥିଲେ, ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ । ଆଜି ମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଛି । ୭ଟି ବିଭାଗରେ ୧୨୪୮ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ନବନିଯୁକ୍ତ ସରକାରୀ ଚାକିରିଆଙ୍କୁ ସମ୍ବୋଧନ ଅବସରରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସମ୍ପର୍କରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ।