ବଣ୍ଡାଘାଟି ଯାଇ ପାହାଡ଼ି ମଣିଷଙ୍କ ସମସ୍ୟା ବୁଝିବେ ମୁଖ୍ୟମନ୍ତ୍ରୀ : ଦୁଃଖ ଜଣାଇବାକୁ ଅପେକ୍ଷା କରିଛନ୍ତି ଆଦିମ ଜନଜାତି

Advertisment

ଆଦିମ ଜନଜାତି ବଣ୍ଡା।  ପ୍ରକୃତି ସହ ବଞ୍ଚିବାକୁ ସଂଘର୍ଷ କରନ୍ତି ।  ବଣ୍ଡା ଘାଟିରେ ବିଭିନ୍ନ ପ୍ରକାର କାମ କରି ରୋଜଗାର କରନ୍ତି । ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ପେଟ ପୋଷନ୍ତି ।

ଆଦିମ ଜନଜାତି ବଣ୍ଡା।  ପ୍ରକୃତି ସହ ବଞ୍ଚିବାକୁ ସଂଘର୍ଷ କରନ୍ତି ।  ବଣ୍ଡା ଘାଟିରେ ବିଭିନ୍ନ ପ୍ରକାର କାମ କରି ରୋଜଗାର କରନ୍ତି । ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ପେଟ ପୋଷନ୍ତି ।

28

Photograph: (KANAKNEWS)

କନକବ୍ୟୁରୋ :  ଆଦିମ ଜନଜାତି ବଣ୍ଡା।  ପ୍ରକୃତି ସହ ବଞ୍ଚିବାକୁ ସଂଘର୍ଷ କରନ୍ତି ।  ବଣ୍ଡା ଘାଟିରେ ବିଭିନ୍ନ ପ୍ରକାର କାମ କରି ରୋଜଗାର କରନ୍ତି । ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ପେଟ ପୋଷନ୍ତି ।  ସେହି ବଣ୍ଡାଘାଟିର ଝିଅ ଚମ୍ପା ଧାଙ୍ଗଡ଼ାମାଝୀ ।   ଯାହାଙ୍କ ଅନୁରୋଧ ରକ୍ଷା କରି ବଣ୍ଡାଘାଟି ଗସ୍ତ କରିବା ନେଇ ନିକଟରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।  ନିତି ଆୟୋଗ ଆକାଂକ୍ଷାରେ ଶ୍ରେଷ୍ଠ ବ୍ଲକର ପ୍ରଦର୍ଶନରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି କହିଥିବା ଜାଣିବା ପରେ ଘାଟି ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି । 

ଘଞ୍ଚ ସବୁଜିମା ଭରା ପାହାଡ଼। ସମୁଦ୍ରପତନ ଠାରୁ ୫ ହଜାର ଫୁଟ୍‌ ଉଚ୍ଚରେ ଘର ।    ଛୋଟ ଛୋଟ କୁଡ଼ିଆରେ ରହୁଥିବା ଏମାନଙ୍କ ଜୀବନଶୈଳୀ ନିଆରା । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଠାରୁ ୧୪ କିଲୋମିଟର ପାହାଡ଼ ଉପରେ ରହୁଛନ୍ତି  ।  ମାଳମାଳ ସମସ୍ୟା ଭିତରେ ଯୁଝି ହେଉଛନ୍ତି। ଏବେ ଯଦିଓ କିଛି ମାତ୍ରାରେ ପରିବର୍ତ୍ତନ ହେଉଛି   ।   ତା’କିନ୍ତୁ ଆଖିଦୃଶିଆ ନୁହେଁ ।   ଆଉ ସେଇ ବଣ୍ଡାଘାଟିକୁ ଯିବେ ମୁଖ୍ୟମନ୍ତ୍ରୀ  ।  ଘାଟିର ଝିଅ ଚମ୍ପା ଧାଙ୍ଗଡ଼ାମାଝୀଙ୍କ ଅନୁରୋଧ ରକ୍ଷା କରି ନିଶ୍ଚୟ କେବେ ନା କେବେ ଯିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ   ।

ଏକଥା ଜାଣିବା ପରେ ସ୍ୱପ୍ନ ଦେଖିବା ଆରମ୍ଭ କରିଛନ୍ତି ପାହାଡ଼ି ମଣିଷ  ।  ବୋଧ ହୁଏ, ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଦ ବଣ୍ଡାଘାଟରେ ପଡ଼ିବ।  ଏହା ଜାଣିବା ପରେ ଗାଁ ଖୁସିର ଲହରି ଖେଳିଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ଘାଟି ଅଞ୍ଚଳର ସମସ୍ୟା କହି ସମାଧାନ କରିବାକୁ ଗୁହାରି କରିବେ ବୋଲି ମନେମନେ ସ୍ଥିର କରିଛନ୍ତି ଏଇ ଆଦିମ ଜନଜାତି ।

ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିବା ଝିଅ ଚମ୍ପା ଧାଙ୍ଗଡ଼ାମାଝୀଙ୍କ ବନ୍ଧଗୁଡ଼ା ଗାଁକୁ ବି ରାସ୍ତା ନାହିଁ।  ଏମାନଙ୍କ ଖାଦ୍ୟପେୟଠୁ ଚାଲିଚଳଣି, ବେଶଭୂଷା ଅନ୍ୟମାନଠୁ ନିଆରା। ଜୀବନଯାପନ କରିବା ମଧ୍ୟ ଖୁବ୍‌ କଷ୍ଟକର। ତଥାପି ବଣଜଙ୍ଗଲରେ ବଞ୍ଚିବାକୁ ଭଲପାଉଥିବା ଘାଟି ମଣିଷଙ୍କ ଚଳଣିକୁ ପରିବର୍ତ୍ତନ କରିବା ପ୍ରଶାସନ ପାଇଁ ଖୁବ୍‌ କଷ୍ଟକର। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe