କନକ ବ୍ୟୁରୋ : ଗୋମାତାଙ୍କ ଚୋରା ଚାଲାଣ କରୁଥିବା ମାଫିଆମାନଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଗୋ-ଆଫିଆଙ୍କ ବିରୋଧରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ମତ୍ସ୍ୟ ଓ ପଶୁସମ୍ପଦ ମେଳାରୁ ଗୋ-ମାଫିଆଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ୪ ଦିନ ତଳେ କେନ୍ଦୁଝର ଜିଲ୍ଲାରୁ ଗୋ - ମାଫିଆଙ୍କ ଉପରେ ଚଢ଼ଉ ଆରମ୍ଭ ହୋଇଛି। କେନ୍ଦୁଝର ସମେତ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଜିଲ୍ଲାରେ ଏକକାଳୀନ ଚଢ଼ଉ ହେବା ଦ୍ବାରା ମାଫିଆଙ୍କଠାରୁ ପ୍ରଚୁର ସମ୍ପତ୍ତି ଠାବ ହୋଇଛି।
ଅଧିକ ପଢନ୍ତୁ : ଚାଷୀଙ୍କୁ ଆଶ୍ବସ୍ତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: କହିଲେ, ହତାଶ ହୁଅନ୍ତୁନି କିଣାଯିବ ସବୁ ଧାନ
ଦୁଇ କୋଟି ନଗଦ ଟଙ୍କା ସହ ଏକ କେଜି ସୁନା, ୩ କେଜି ରୁପା ଜବତ ହୋଇଛି। ଗୋ-ମାଫିଆଙ୍କଠାରୁ ୧୦୦ କୋଟି ଟଙ୍କାର ସମ୍ପତ୍ତି ବାହାରିଥିବାବେଳେ ୧୪ ଜଣ ମାଫିଆ ଏବେ ଜେଲ୍ ଭିତରକୁ ଯାଇଛନ୍ତି। ଆଗକୁ ଏଭଳି ଚଢ଼ଉ ଜାରି ରହିବ। ଗୋମାତାଙ୍କ ସୁରକ୍ଷା ପାଇଁ ଆମ ସରକାର ବଦ୍ଧପରିକର। ଗୋମାତାଙ୍କ ଚୋରାଚାଲାଣ କାର୍ଯ୍ୟରୁ ବିରତ ରୁହନ୍ତୁ। ଅନ୍ୟଥା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମାବେଶ ମଞ୍ଚରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି ଢଙ୍ଗରେ ଗୋ-ମାଫିଆମାନଙ୍କୁ ଚେତାବନୀ ଦେଇଛନ୍ତି।
Follow Us