କନକ ବ୍ୟୁରୋ : ଧାନ ଦଲାଲଙ୍କୁ ରାଜସ୍ୱ ମନ୍ତ୍ରୀଙ୍କ କଡା ଚେତାବନୀ । ରାଜସ୍ୱ ମନ୍ତ୍ରୀ ଚେତାବନୀ ଦେଇ କହିଛନ୍ତି, ମଣ୍ଡିରେ ଦଲାଲି କଲେ ଯିବେ ଦଲାଲ । ସମାନ ଢଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଦଲାଲଙ୍କୁ ଟାର୍ଗେଟ୍ କରିଛନ୍ତି ।
ସେ କହିଛନ୍ତି, ଚାଷୀଙ୍କ ଉନ୍ନତା ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ମଣ୍ଡିରେ ଦଲାଲଙ୍କୁ କୌଣସି ପ୍ରଶୟ ଦିଆଯିବନି । ଦଲାଲଙ୍କ ପାଇଁ ଜେଲ୍ ପ୍ରସ୍ତୁତ ହୋଇ ରହିଛି । ମଣ୍ଡିରେ କୌଣସି ସମସ୍ୟା ହେଲେ ଟୋଲ ଫ୍ରି ନମ୍ବରରେ କଲ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।