କନକ ବ୍ୟୁରୋ : ମହାଷ୍ଟମୀରେ ଭୁବନେଶ୍ବରର ବିଭିନ୍ନ ପୂଜା ମଣ୍ଡପ ବୁଲିବା ପରେ ମହାନବମୀଙ୍କରେ କଟକର ବିଭିନ୍ନ ପୂଜା ମଣ୍ଡପ ବୁଲି ମାଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମହାଷ୍ଟମୀରେ ଭୁବନେଶ୍ବରର ବିଭିନ୍ନ ପୂଜା ମଣ୍ଡପ ବୁଲିବା ପରେ ମହାନବମୀରେ କଟକର ବିଭିନ୍ନ ପୂଜା ମଣ୍ଡପ ଯାଇ ମାଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ ପ୍ରତାପନଗରୀ, ଗୋପାଳପୁର, ଚାଉଳିଆଗଞ୍ଜ, ରାଣୀହାଟ, ଶିଖରପୁର, ଖାନନଗର, ଚାନ୍ଦିନଚୌକ୍ ସମେତ ପ୍ରାୟ ୪୦ଟି ମଣ୍ଡପ ବୁଲି ଆର୍ଶୀବାଦ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଉପସ୍ଥିତ ଶ୍ରଦ୍ଧାଳୁ ଓ କଟକବାସିନ୍ଦାଙ୍କ ସହ ହାତ ମିଳାଇଛନ୍ତି । ମାଙ୍କ ଦର୍ଶନ ପରେ କଟକ ଦଶହରା ପୂଜାର ଭୁରି ଭୁରି ପ୍ରଶଂସା କରିଛନ୍ତି । ଏଥିସହ କଟକକୁ ଆଗାମି ଦିନରେ ସ୍ମାର୍ଟସିଟି କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । 

Advertisment

ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ଭେଟିବା ପରେ ଖୁସି ବ୍ୟକ୍ତ କରିଛନ୍ତି ପୂଜା କମିଟି କର୍ତୁପକ୍ଷ ଓ କଟକବାସିନ୍ଦା । ଅନ୍ୟପଟେ ମୋହନ ଓ ନବୀନଙ୍କ ପୂଜା ମଣ୍ଡପ ବୁଲାକୁ ନେଇ ଆରମ୍ଭ ହୋଇ ଯାଇଛି ରାଜନୈତିକ ବୟାନବାଜି। ଶୁକ୍ରବାର ରାଜଧାନୀରେ ଦେଖିବାକୁ ମିଳିଥିଲା ପତିଆରାର ଲଢ଼େଇ । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜଧାନୀର ବିଭିନ୍ନ ପୂଜା ପେଣ୍ଡାଲକୁ ନେଇ ମାଙ୍କ ଆର୍ଶୀବାଦ ନେଇଥିବାବେଳେ ଅନ୍ୟପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଭିନ୍ନ ପୂଜା ମଣ୍ଡପ ଯାଇ ମାଙ୍କ ଦର୍ଶନ କରିଥିଲେ । ଦୁଇ ମୁଖିଆଙ୍କ ପୂଜା ପେଣ୍ଡାଲ ବୁଲା ଚର୍ଚ୍ଚାର ବିଷୟ ପାଲଟିଛି ।