କନକବ୍ୟୁରୋ : ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ମରାମତି ସରି ସମସ୍ତ ରତ୍ନ ଅଳଙ୍କାର ସ୍ଥାନାନ୍ତର ହୋଇସାରିଲାଣି। କିନ୍ତୁ ରତ୍ନ ଅଳଙ୍କାର ଗଣତିମଣତି ହେଉନି। ଶ୍ରୀ ମନ୍ଦିର ପ୍ରଶାସନ ଦିନ ପରେ ଦିନ ଗଡ଼ାଇ ଚାଲିଛି । ଏପଟେ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ ରିପୋର୍ଟ ଆସନ୍ତା ବିଧାନସଭା ଅଧିବେଶନରେ ଉପସ୍ଥାପନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

Advertisment

ଅଧିକ ପଢନ୍ତୁ... ଆସନ୍ତାକାଲିଠାରୁ ଚାଲିବ ବଜେଟ୍ ଅଧିବେଶନ : ୨୦ ତାରିଖରେ ବଜେଟ୍ ଉପସ୍ଥାପନ

ତେଣୁ ଏନେଇ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଆଜି ଏ ସଂପର୍କରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ରତ୍ନଭଣ୍ତାର ନେଇ ଦୁଇଟି ବୈଠକ ହେବ ।  ପ୍ରଥମ ବୈଠକ ତାଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବାବେଳେ ଏହା ପରେ ମୁଖ୍ୟମନ୍ତ୍ରୀ ‌ବୈଠକ ନେବେ ।  ରତ୍ନ ଭଣ୍ଡାରର ରତ୍ନ ଅଳଙ୍କାର ଗଣତିମଣତି ନେଇ ଏସ୍‌ଓପି ହସ୍ତଗତ ହୋଇଛି ।  ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ସବୁ ସ୍ପଷ୍ଟ ହେବ।