କନକ ବ୍ୟୁରୋ:  ସମ୍ବଲପୁରରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି ଶିବିର ।  ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ସମ୍ବଲପୁର ମହାନଗର ନିଗମ ନୂତନ କୋଠାରେ ଜନଅଭିଯୋଗ ଶୁଣାଣି ଶିବିର  ଆୟୋଜନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ଜଣ ମନ୍ତ୍ରୀ, ୧୦ ଜିଲ୍ଲାପାଳ ଓ ମୁଖ୍ୟ ଶାସନ ସଚିବ ଜନଅଭିଯୋଗ ଶୁଣାଣିରେ ଉପସ୍ଥିତ ରହିବେ । ୧୦ଟି ଜିଲ୍ଲାର ଜନସାଧାରଣ ଜଣାଇବେ ଅଭିଯୋଗ ।  

Advertisment

ସମ୍ୱଲପୁର, ବରଗଡ଼, ଝାରସୁଗୁଡ଼ା, ସୋନପୁର ଓ ଦେବଗଡ଼ ସମେତ ୧୦ ଜିଲ୍ଲାର ଲୋକଙ୍କ ଅଭିଯୋଗର ଶୁଣାଣି କରାଯିବ। ପ୍ରବଳ ଭିଡ଼ ଓ ଖରାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି । ସେଡ୍‌, ପିଇବା ପାଣି ଏବଂ ଓଆର୍‌ଏସ୍‌ର ବ୍ୟବସ୍ଥା କରାଯିବ । ଗ୍ରାମାଞ୍ଚଳ ଲୋକମାନଙ୍କ ପାଇଁ ବସ୍ ସେବା ରହିବ ବୋଲି ସମ୍ୱଲପୁର ମହାନଗର ନିଗମ କମିଶନର ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଆସିବେ, ଅଭିଯୋଗ ଶୁଣିବେ। ଏନେଇ ଭିଡ଼ ବଢ଼ିବାର ସମ୍ଭାବନା ରହିଛି ।