ଆଜି ସାଧାରଣ ଲୋକଙ୍କ ସମସ୍ୟା ଶୁଣିବେ ମୁଖ୍ୟମନ୍ତ୍ରୀ : ପଞ୍ଜୀକରଣ କରିଛନ୍ତି ୧ ହଜାର ଲୋକ

Advertisment

ଆଜି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ। ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଲୋକମାନଙ୍କୁ ସିଧାସଳଖ ଭେଟି ଅଭିଯୋଗ ଶୁଣିବେ।  ଏଥିପାଇଁ ସପ୍ତାହକ ତଳୁ ୧ ହଜାର ଲୋକ ପଞ୍ଜୀକରଣ କରିଛନ୍ତି

ଆଜି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ। ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଲୋକମାନଙ୍କୁ ସିଧାସଳଖ ଭେଟି ଅଭିଯୋଗ ଶୁଣିବେ।  ଏଥିପାଇଁ ସପ୍ତାହକ ତଳୁ ୧ ହଜାର ଲୋକ ପଞ୍ଜୀକରଣ କରିଛନ୍ତି

10

Photograph: (KANAKNEWS)

କନକବ୍ୟୁରୋ : ଆଜି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ। ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଲୋକମାନଙ୍କୁ ସିଧାସଳଖ ଭେଟି ଅଭିଯୋଗ ଶୁଣିବେ।  ଏଥିପାଇଁ ସପ୍ତାହକ ତଳୁ ୧ ହଜାର ଲୋକ ପଞ୍ଜୀକରଣ କରିଛନ୍ତି। ନିଜ ନିଜର ସମସ୍ୟାକୁ ନେଇ ବିଭିନ୍ନ ଜିଲ୍ଲାରୁ ଲୋକ ଆସି ରାଜଧାନୀରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବ ମାନେ ଅଭିଯୋଗ ଶୁଣାଣି ବେଳେ ଉପସ୍ଥିତ ରହିବେ ।  

ରାଜ୍ୟରେ ନୂଆ ସରକାର ଆସିବା ପରଠୁ ପ୍ରତି ସୋମବାର ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି  ।  ଅନ ଦି ସ୍ପଟ୍ ସମସ୍ୟାର ସମାଧାନ ହେଉଛି। ଗୁରୁତର ରୋଗୀ ଯେଉଁମାନେ ଦାରିଦ୍ର୍ୟ ଯୋଗୁଁ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି, ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ।  ଯେଉଁମାନଙ୍କର ଚାକିରି କ୍ଷେତ୍ରରେ କିମ୍ବା ପେନସନ୍ ପାଇବାରେ ବିଳମ୍ବ ହେଉଛି , ସେମାନଙ୍କ ସମସ୍ୟାର ତ୍ବରିତ ସମାଧାନ କରାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe