କନକବ୍ୟୁରୋ : ଆଜି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ। ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଲୋକମାନଙ୍କୁ ସିଧାସଳଖ ଭେଟି ଅଭିଯୋଗ ଶୁଣିବେ। ଏଥିପାଇଁ ସପ୍ତାହକ ତଳୁ ୧ ହଜାର ଲୋକ ପଞ୍ଜୀକରଣ କରିଛନ୍ତି। ନିଜ ନିଜର ସମସ୍ୟାକୁ ନେଇ ବିଭିନ୍ନ ଜିଲ୍ଲାରୁ ଲୋକ ଆସି ରାଜଧାନୀରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବ ମାନେ ଅଭିଯୋଗ ଶୁଣାଣି ବେଳେ ଉପସ୍ଥିତ ରହିବେ ।
ରାଜ୍ୟରେ ନୂଆ ସରକାର ଆସିବା ପରଠୁ ପ୍ରତି ସୋମବାର ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । ଅନ ଦି ସ୍ପଟ୍ ସମସ୍ୟାର ସମାଧାନ ହେଉଛି। ଗୁରୁତର ରୋଗୀ ଯେଉଁମାନେ ଦାରିଦ୍ର୍ୟ ଯୋଗୁଁ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି, ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଯେଉଁମାନଙ୍କର ଚାକିରି କ୍ଷେତ୍ରରେ କିମ୍ବା ପେନସନ୍ ପାଇବାରେ ବିଳମ୍ବ ହେଉଛି , ସେମାନଙ୍କ ସମସ୍ୟାର ତ୍ବରିତ ସମାଧାନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/08/11/10-2025-08-11-08-40-41.jpg)