ଆଜି ମୁଖ୍ୟମନ୍ତ୍ରୀ କରିବେ ଜନଶୁଣାଣୀ । ଜନତାଙ୍କ ସମସ୍ୟା ଶୁଣିବା ସହ ସମାଧାନ ପାଇଁ ଅଧିକାରୀଙ୍କୁ ଦେବେ ନିର୍ଦ୍ଦେଶ

Advertisment

ଆଜି ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଧାନସଭା କାର୍ଯ୍ୟକ୍ରମ ସହ ଅନ୍ୟାନ୍ୟ ଛୁଟି କାରଣରୁ ଦୀର୍ଘଦିନ ହେବ ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମ ବନ୍ଦ ରହିଥିଲା ।

ଆଜି ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଧାନସଭା କାର୍ଯ୍ୟକ୍ରମ ସହ ଅନ୍ୟାନ୍ୟ ଛୁଟି କାରଣରୁ ଦୀର୍ଘଦିନ ହେବ ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମ ବନ୍ଦ ରହିଥିଲା ।

1ନ

କନକ ବ୍ୟୁରୋ : ଆଜି ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଧାନସଭା କାର୍ଯ୍ୟକ୍ରମ ସହ ଅନ୍ୟାନ୍ୟ ଛୁଟି କାରଣରୁ ଦୀର୍ଘଦିନ ହେବ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିଥିଲା । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଲାଗି ୧୦୦୦ ଜଣ ଅଭିଯୋଗକାରୀ ସେମାନଙ୍କ ନାମ ପଞ୍ଜୀକରଣ କରିସାରିଛନ୍ତି । ପଞ୍ଜୀକୃତ ଅଭିଯୋଗକାରୀମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜ ନିଜର ଅଭିଯୋଗ ଜଣାଇବା ସହ ଏହାର ସମାଧାନ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିବେ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 

ଏହାରି ମଧ୍ୟରେ ବଦଳିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥାନ, ଆଜିଠୁ ନୂଆ ଠିକଣାରେ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ନୂଆ ଠିକଣା ହେଉଛି ଭିଆଇଆଇଆଇଏମଆର-୪ । ନୂଆ ସରକାର ଆସିବାର ପ୍ରାୟ ୨ ମାସ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଭିଯୋଗ ଶୁଣାଣି ଆରମ୍ଭ କରିଥିଲେ । ପୂର୍ବରୁ ଥିବା ଅଭିଯୋଗ ଶୁଣାଣି ସ୍ଥାନରେ ଅଭିଯୋଗ ଶୁଣାଣି ହୋଇଥିଲା । ସରକାରୀ ବାସଗୃହ ନମ୍ବର ଭିଆଇଆଇଆଇଏମଆର-୩ରେ ଅଭିଯୋଗ ଶୁଣାଣୀ ଚାଲିଥିଲା । ତେବେ ଅଭିଯୋଗ ଶୁଣାଣି ଠିକଣା ବଦଳେଇବା ଲାଗି ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ଆଜିଠୁ ଏହି ନୂଆ ଠିକଣାରେ ଅଭିଯୋଗର ଶୁଣାଣୀ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe