କନକ ବ୍ୟୁରୋ : ଚାଷୀଙ୍କୁ ଇନପୁଟ୍ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ । ଚାଷୀଙ୍କ ଖାତାକୁ ୮୦୦ ଟଙ୍କାର ବୋନସ ପଠାଇଲେ ମୋହନ । ସୋହେଲାରୁ ଶୁଭାରମ୍ଭ କରିଛନ୍ତି ମୋହନ ମାଝୀ । ଚାଷୀଙ୍କ ଖାତାକୁ ଟଙ୍କା ପଠାଇବା ସହ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି  ମୁଖ୍ୟମନ୍ତ୍ରୀ ।  ମଞ୍ଚରେ ପୂର୍ବ ସରକାରଙ୍କୁ ଟାର୍ଗେଟ କରି  କହିଛନ୍ତି, ୨୪ବର୍ଷ ଶାସନରେ ପୂର୍ବ ସରକାର ଯାହା କରିପାରିନଥିଲେ ତାହା ୬ମାସନ ବିଜେପି ସରକାର କରି ଦେଖାଇଛି । ଯାହାକୁ ନେଇ ଇର୍ସାରେ ଜଳିଯାଉଛନ୍ତି ପୁର୍ବ ସରକାରର ନେତୃତ୍ୱ ଓ କଂଗ୍ରେସ । ପୂର୍ବ ସରକାର କେବଳ ଭୋଟ ବ୍ୟାଙ୍କ ତିଆରି କରିଥିଲେ।  

Advertisment

ଚାଷୀଙ୍କ ଉନ୍ନତି ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ନୂଆ ସରକାର କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତ । ପୂର୍ବ ସରକାର ଚାଷୀଙ୍କୁ ୧୦୦ଟଙ୍କା ବୋନସ ଦେବାକୁ ସୋହେଲାରେ କହିଥିଲେ । ବିଜେପି ସରକାର ୮୦୦ ଟଙ୍କା ଦେଲେ ।  ଚାଷୀ ପ୍ରସଙ୍ଗରେ ବରଗଡରେ ପୂର୍ବ ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ । ୨୦୧୬  ରେ ଚାଷୀଙ୍କୁ  ଭଣ୍ଡାଇଥିଲେ ପୂର୍ବ ସରକାର। ତତକାଳିନ ମୁଖ୍ୟମନ୍ତ୍ରୀ ଅନ୍ନଦାତାଙ୍କୁ ମିଛ ପ୍ରତିଶ୍ରୁତି ଦେଇଥିଲେ।   ଖାଲି ଏତିକି ନୁହେଁ  ପୁର୍ବ ସରକାର ଦଲାଲଙ୍କୁ ସହଯୋଗ କରୁଥିଲେ ଆଉ ଦଲାଲ ମାନେ ଚାଷୀଙ୍କୁ ଶୋଷଣ କରୁଥିଲେ । କିନ୍ତୁ ଏ ସରକାରରେ ଦଲାଲଙ୍କୁ ପ୍ରଶୟ ଦିଆଯିବ ନାହିଁ। ଦଲାଲଙ୍କ ପାଇଁ ପ୍ରସ୍ତୁତ ଅଛି ଜେଲ୍‌।