ବିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, କୃଷି ଓ କୃଷକଙ୍କ ବିକାଶ ପାଇଁ ୧୬୭୩ କୋଟି

ଏଥିରେ ସମୂହ କୃଷକ ଯୋଜନା ରିହାତି ବାବଦରେ ୮୫୦ କୋଟି, ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନାରେ ୧୩୭ କୋଟି, ମୁଖ୍ୟମନ୍ତ୍ରୀ ମତ୍ସଜୀବୀ କଲ୍ୟାଣ ଯୋଜନାକୁ ୧୧୭ କୋଟି, ସମବାୟ ବ୍ୟାଙ୍କଗୁଡିକୁ ସୁଧଛାଡ଼/କୃଷକମାନଙ୍କୁ ଋଣ ବାବଦରେ ୩୦୦  କୋଟି, ଅଚଳ ଉଠା ଜଳସେଚନ ପ୍ରକଳପର ପୁନରୁଦ୍ଧାର ଏବଂ ନବୀକରଣ ପାଇଁ ୧୦୦ କୋଟି, ସମବାୟ ଅନୁଷ୍ଠାନର ଭିତ୍ତିଭୂମି ବିକାଶ ପାଇଁ ୯୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

budget

କନକ ବ୍ୟୁରୋ : ରାଜ୍ୟ ବିଧାନସଭାରେ ଶୀତାକଳୀନ ଅଧିବେଶନ ଚାଲିଛି । ଏହି କ୍ରମରେ ଆଜି ମୁଖ୍ୟମନ୍ତ୍ରୀ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି । ବିଭିନ୍ନ ବିିଭାଗ ପାଇଁ ବ୍ୟୟବରାଦ କରାଯାଇଛି । ବିଶେଷ କରି କୃଷି ଓ କୃଷକଙ୍କ ବିକାଶ ପାଇଁ ବଜେଟରେ ୧୬୭୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏଥିରେ ସମୂହ କୃଷକ ଯୋଜନା ରିହାତି ବାବଦରେ ୮୫୦ କୋଟି, ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନାରେ ୧୩୭ କୋଟି, ମୁଖ୍ୟମନ୍ତ୍ରୀ ମତ୍ସଜୀବୀ କଲ୍ୟାଣ ଯୋଜନାକୁ ୧୧୭ କୋଟି, ସମବାୟ ବ୍ୟାଙ୍କଗୁଡିକୁ ସୁଧଛାଡ଼/କୃଷକମାନଙ୍କୁ ଋଣ ବାବଦରେ ୩୦୦  କୋଟି, ଅଚଳ ଉଠା ଜଳସେଚନ ପ୍ରକଳପର ପୁନରୁଦ୍ଧାର ଏବଂ ନବୀକରଣ ପାଇଁ ୧୦୦ କୋଟି, ସମବାୟ ଅନୁଷ୍ଠାନର ଭିତ୍ତିଭୂମି ବିକାଶ ପାଇଁ ୯୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଅଧିକ ପଢ଼ନ୍ତୁ-ଅତିରିକ୍ତ ବଜେଟ୍ : ଶିକ୍ଷା ପାଇଁ ୨୩୨୭ କୋଟି ଟଙ୍କା ବ୍ୟୟବରାଦ

ସେପଟେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବାବଦରେ ୫୭୬ କୋଟି ଟଙ୍କାର ବଜେଟ୍ ପାରିତ ହୋଇଛି । ଏଥିରେ କ୍ଷତିପୁରଣ ଓ ବନିକରଣ ପାଣ୍ଠିକୁ ୨୪୨ କୋଟି, ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବିକାଶ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ୮୦ କୋଟି, ପରିବେଶ ଓ ପର୍ଯ୍ୟଟନର ବିକାଶ ପାଇଁ ୮୦ କୋଟି, ବନ୍ୟପ୍ରାଣୀ ସୁରକ୍ଷା ଏବଂ ସଂରକ୍ଷଣ ପଦକ୍ଷେପ ପାଇଁ ୨୫ କୋଟି ସହ ହାତୀ କରିଡ଼ର ପାଇଁ ୨୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe