୩ଲକ୍ଷ ୧୦ହଜାର କୋଟିର ବଜେଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ: ମହିଳା, ସ୍ବାସ୍ଥ୍ୟ, ଶିକ୍ଷା ଉପରେ ଗୁରୁତ୍ବ

Advertisment

ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟିର ପ୍ୟାକେଜ୍ରା । ଜ୍ୟରେ ଖୋଲିବ ୫ ନୂଆ ମେଡିକାଲ କଲେଜ, ୫ ବର୍ଣ୍ଣ ୟୁନିଟ୍ । କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ଝାରସୁଗୁଡାରେ ପ୍ରତିଷ୍ଠା ହେବ ଆଉ ୪ଟି ନୂଆ ବିଶ୍ୱବିଦ୍ୟାଳୟ ।

ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟିର ପ୍ୟାକେଜ୍ରା । ଜ୍ୟରେ ଖୋଲିବ ୫ ନୂଆ ମେଡିକାଲ କଲେଜ, ୫ ବର୍ଣ୍ଣ ୟୁନିଟ୍ । କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ଝାରସୁଗୁଡାରେ ପ୍ରତିଷ୍ଠା ହେବ ଆଉ ୪ଟି ନୂଆ ବିଶ୍ୱବିଦ୍ୟାଳୟ ।

Odisha Budget

Odisha Budget Photograph: (KanakNews)

କନକ ବ୍ୟୁରୋ:  ଶୁକ୍ରବାର ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆସିଛି। ମୋଟ ୩ ଲକ୍ଷ ୧୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ଏଥର ରାଜ୍ୟରେ ଆଉ ୨ଟି ସରକାରୀ ଇଞ୍ଜିନିୟରିଂ କଲେଜ ଖୋଲାଯିବ ବୋଲି ଘୋଷଣା କରିଛନ୍ତି। ତା’ସହିତ ୫ଟି ନୂଆ ମେଡିକାଲ କଲେଜ ଖୋଲିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ୨ଟି ସରକାରୀ ଇଞ୍ଜିନିୟରିଂ କଲେଜ ମଧ୍ୟରୁ ଗୋଟିଏ ପାରାଦ୍ୱୀପରେ ଓ ଅନ୍ୟଟି ବଲାଙ୍ଗିରରେ ପ୍ରତିଷ୍ଠା କରାଯିବ। ସେହିଭଳି ଉତ୍କର୍ଷ ITI ଯୋଜନା ପାଇଁ ୫୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
୫ ନୂଆ ମେଡିକାଲ କଲେଜ ମଧ୍ୟରୁ ୩ଟି ଆୟୁର୍ବେଦିକ ମେଡିକାଲ କଲେଜ ଓ ୨ଟି ହୋମିଓପାଥି କଲେଜ। ଗଜପତି, ମାଲକାନଗିରି, ରାୟଗଡ଼ାରେ ଖୋଲିବ ଆୟୁର୍ବେଦିକ ମେଡିକାଲ କଲେଜ। ନୟାଗଡ଼ ଓ ନୂଆପଡ଼ାରେ ହେବ ୨ଟି ହୋମିଓପାଥି କଲେଜ। ଏହି ୫ ନୂଆ ମେଡିକାଲ କଲେଜ ପାଇଁ ୧୪୦ କୋଟିର ବ୍ୟୟବରାଦ କରାଯାଇଛି ।  ସେହିପରି ବଜେଟରେ ୫ଟି ନୂଆ ବର୍ଣ୍ଣ ୟୁନିଟ୍ ଖୋଲିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପୁରୀ, ବୁର୍ଲା, କୋରାପୁଟ, ବ୍ରହ୍ମପୁର ଓ କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ଏହି ବର୍ଣ୍ଣ ୟୁନିଟ। ୫ଟି ନୂଆ ବର୍ଣ୍ଣ ୟୁନିଟ୍ ପାଇଁ ୨୦୦ କୋଟି ବ୍ୟୟବରାଦ କରାଯାଇଛି। ଆଗାମୀ ୨ ବର୍ଷରେ ଡାକ୍ତରୀ ପିଜି ସିଟ୍ ୫୦୦ଟି ବୃଦ୍ଧି କରିବାକୁ ବଜେଟରେ ପ୍ରସ୍ତାବ ରହିଛି। କଟକ SCBର ପୁନର୍ବିକାଶ ପାଇଁ ୧ ହଜାର କୋଟି ଏବଂ ବ୍ରହ୍ମପୁର MKCG ଓ ବୁର୍ଲା ଭୀମସାର ପାଇଁ ୬୦୦ କୋଟି ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୨୩,୧୮୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

 ଅଧିକ ପଢନ୍ତୁ: ଲୋକଙ୍କ ସରକାରରେ ସ୍ବାସ୍ଥ୍ୟ: ଶିକ୍ଷା, ମହିଳା ଓ କୃଷିକୁ ଫୋକସ

ଓଡ଼ିଶାର ମହିଳା ଓ ଶିଶୁମାନଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ବଜେଟ୍ ୨୦୨୬-୨୭ରେ ଏକ ବୃହତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର କହିଛନ୍ତି। ରାଜ୍ୟ ସରକାର ମହିଳା ସଶକ୍ତୀକରଣକୁ ଗୁରୁତ୍ବ ଦେଉଛନ୍ତି ବୋଲି ସେ କହିଛନ୍ତି। ଆଗାମୀ ଆଥିର୍କ ବର୍ଷର ବଜେଟ୍‌ ଉପସ୍ଥାପନ କରିବା ଅବସରରେ ସେ ଗୃହରେ କହିଛନ୍ତି, ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ସେମାନଙ୍କ ସମ୍ମାନଜନକ ଜୀବନଧାରଣ ପାଇଁ ବିପୁଳ ପାଣ୍ଠିର ବ୍ୟବସ୍ଥା କରାଯାଇଛି। ଏହା ସହିତ ଗର୍ଭବତୀ ମହିଳା, କିଶୋରୀ ଓ ଶିଶୁମାନଙ୍କ ମଧ୍ୟରେ ପୁଷ୍ଟିହୀନତା ଦୂର କରିବା ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯିବା ସହ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକର ରୂପାନ୍ତରଣ ଓ ଶିଶୁମାନଙ୍କ ପ୍ରାକ୍-ବିଦ୍ୟାଳୟ ଶିକ୍ଷା ପାଇଁ ଆବଶ୍ୟକୀୟ ସୁବିଧା ସୁନିଶ୍ଚିତ କରାଯାଇଛି। ମା’ ଓ ଶିଶୁଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ମହିଳାସଶକ୍ତିକରଣ ମାଧ୍ୟମରେ ଏକ ସୁଦୃଢ଼ ଓ ସମୃଦ୍ଧ ସମାଜ ଗଠନ କରିବା ଏହି ବଜେଟ୍‌ର ମୂଳ ଲକ୍ଷ୍ୟ ବୋଲି ସରକାର କହିଛନ୍ତି।
ସୁଭଦ୍ରା ଯୋଜନା ପାଇଁ ୧୦,୧୪୫ କୋଟି ଟଙ୍କା 
ଆଇସିଡିଏସ୍‌କୁ ରାଜ୍ୟ ସରକାରଙ୍କ ୧,୨୮୦ କୋଟି ଟଙ୍କା
ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା ପାଇଁ ୬୩୫ କୋଟି ଟଙ୍କା
ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ପାଇଁ ୫୫୨ କୋଟି ଟଙ୍କା
ମାଳତୀ ଦେବୀ ପ୍ରାକ୍‌ ବିଦ୍ୟାଳୟ ପରିଧାନ ଯୋଜନା ପାଇଁ ୧୧୧ କୋଟି ଟଙ୍କା
 
ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୪ଟି ନୂଆ ବିଶ୍ୱବିଦ୍ୟାଳୟ। କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ଝାରସୁଗୁଡା ଜିଲ୍ଲା ମୁଖ୍ୟାଳୟରେ ୪ଟି ନୂତନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବେ ସରକାର। NEP-୨୦୨୦ ଅନୁଯାୟୀ ଏଠାରେ ସ୍ନାତକୋତ୍ତର ଶିକ୍ଷାଦାନ ଦିଆଯିବ। ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବା ବେଳେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୨୦୪୭ ସୁଦ୍ଧା ବିଶ୍ୱ ଦକ୍ଷତା କେନ୍ଦ୍ର ୭ ଟି କ୍ୟାମ୍ପସ ପ୍ରତିଷ୍ଠା ସହ ୨୦୩୬ ମସିହା ପୂର୍ବରୁ ୫ ଟି କ୍ୟାମ୍ପସ ପ୍ରତିଷ୍ଠା କରାଯିବ। ସମ୍ବଲପୁର ଓ ବ୍ରହ୍ମପୁରରେ ୨୭୮ କୋଟି ଟଙ୍କାରେ ଦୁଇଟି ନୂତନ କ୍ୟାମ୍ପସ ପ୍ରତିଷ୍ଠା କରାଯିବ। ପାରାଦ୍ୱୀପ ଓ ବଲାଙ୍ଗୀରରେ ଦୁଇଟି ନୂତନ ସରକାରୀ ଇଞ୍ଜିନିଅର କଲେଜ ସ୍ଥାପନ କରାଯିବ । କଲେଜ ଉତ୍କର୍ଷ ITI ଯୋଜନା ପାଇଁ ୫୦୦ କୋଟି ବ୍ୟୟବରାଦ କରାଯାଇଛି।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe