ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ । ନିବେଶକଙ୍କୁ ଭେଟିବା ସହ ଓଡିଶାରେ ନିବେଶ କରିବା ପାଇଁ ଦେଲେ ଆହ୍ୱାନ

ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଗସ୍ତର ପ୍ରଥମ ଦିନରେ ସିଙ୍ଗାପୁର ଭାରତୀୟ ହାଇକମିଶନର ଡକ୍ଟର ଶିଳ୍ପାର ଆମ୍ବୁଲେଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ଓଡିଶାର ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ । ଭାରତ-ସିଙ୍ଗାପୁର ବ୍ୟବସାୟ ସମ୍ପର୍କ ଉପରେ ଏହି ଆଲୋଚନା ହୋଇଛି ।

singapur 1

କନକବ୍ୟୁରୋ : ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଗସ୍ତର ପ୍ରଥମ ଦିନରେ ସିଙ୍ଗାପୁର ଭାରତୀୟ ହାଇକମିଶନର ଡକ୍ଟର ଶିଳ୍ପାର ଆମ୍ବୁଲେଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ଓଡିଶାର ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ ।

ଭାରତ-ସିଙ୍ଗାପୁର ବ୍ୟବସାୟ ସମ୍ପର୍କ ଉପରେ ଏହି ଆଲୋଚନା ହୋଇଛି  । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ବାଣିଜ୍ୟ ସମ୍ବନ୍ଧୀୟ ବିକାଶ ସମ୍ପର୍କରେ ହାଇ କମିଶନର ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ । ବିଶେଷ କରି କେମିକାଲ୍ସ ଏବଂ ପେଟ୍ରୋକେମିକାଲ୍ସ, ନବୀକରଣ ଯୋଗ୍ୟ ଶକ୍ତି, ଗ୍ରୀନ୍ ଇନ୍ଧନ ଏବଂ ସ୍କିଲିଂ ଭଳି ଏହି ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ କରିବାରେ ଓଡିଶାର ଭୂମିକା ଉପରେ ସେ ଆଲୋକପାତ କରିଛନ୍ତି।

 ହାଇ କମିଶନରଙ୍କ ସଂକ୍ଷିପ୍ତ ସୂଚନା ପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା  । ପ୍ରଥମ ବୈଠକ ଡକ୍ଟର ଏଡୱାର୍ଡ ମୋର୍ଟନ୍, ପ୍ରତିଷ୍ଠାତା, ସିଟି ମେଟ୍ରିକ୍ସ ସହିତ ହୋଇଥିଲା  । ଏଠାରେ ଆଇଟି ସେମିକଣ୍ଡକ୍ଟର, ମେଡିକାଲ୍ ଯନ୍ତ୍ରପାତି ଉତ୍ପାଦନ ଏବଂ ସ୍ମାର୍ଟ ସିଟି  ସମ୍ପର୍କରେ ଆଲୋଚନା କରାଯାଇଥିଲା  । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଏକ ଦୃଢ ଇଲେକ୍ଟ୍ରୋନିକ୍ସ ଇକୋସିଷ୍ଟମର ବିକାଶ ସୁନିଶ୍ଚିତ କରିବା ପାଇଁ ଓଡିଶା ସରକାର ସମସ୍ତ ସକ୍ରିୟ ପଦକ୍ଷେପ ଗ୍ରହଣ କରିବେ । ମୋର୍ଟନ ଓଡିଶା ପରିଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଛନ୍ତି  ।

ପରବର୍ତ୍ତୀ ବୈଠକ ଭିସା ଗ୍ରୁପ୍ ଲିମିଟେଡ୍ ନିର୍ଦ୍ଦେଶକ ଶ୍ରୀ ବିବେକ ଅଗ୍ରୱାଲଙ୍କ ସହ ହୋଇଥିଲା  । ମୁଖ୍ୟମନ୍ତ୍ରୀ ଭିସା ଗ୍ରୁପକୁ ଦକ୍ଷତା ବୃଦ୍ଧି, ମୂଲ୍ୟଯୁକ୍ତ ଉତ୍ପାଦ ବୃଦ୍ଧି ଏବଂ ଇସ୍ପାତ ଏବଂ ଫେରୋ-କ୍ରୋମ ସେକ୍ଟରରେ ରାଜ୍ୟରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଅନୁରୋଧ କରିଛନ୍ତି  । ଏହି ପ୍ରତିନିଧ ଦଳ  ଜୈବ ସାର କ୍ଷେତ୍ରରେ ବିନିଯୋଗ କରିବାକୁ ଚାହୁଁଥିବା ଓରିଣ୍ଡ ସିଙ୍ଗାପୁର ପିଟି ଲିମିଟେଡର ଅଧ୍ୟକ୍ଷଙ୍କୁ ବି ଭେଟିଛନ୍ତି   ।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ପ୍ରତିନିଧୀ ଦଳ ସେମ୍ବକର୍ପ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପରିଦର୍ଶନ କରିଥିଲେ ଯେଉଁଠାରେ ପ୍ରତିନିଧୀ ଦଳ ଅକ୍ଷୟ ଶକ୍ତି କ୍ଷେତ୍ରରେ ସିଙ୍ଗାପୁରର ଅଗ୍ରଗତି ବିଷୟରେ ଅନୁସନ୍ଧାନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe