ଅଫିସର ନୁହେଁ ନେତା ବଡ: ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବୟାନ । କହିଲେ, ଜିଲ୍ଲାପାଳଙ୍କ ହାତରେ ଓଡ଼ିଶାର ବିକାଶ

Advertisment

ଆରମ୍ଭ ହେଲା ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ । ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଭେଟି ଓଡ଼ିଶାର ବିକାଶ ନେଇ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସମ୍ମିଳନୀରେ ଉଦ୍‌ବୋଧନ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ପାଇଁ ଶାସନ ଓ ପ୍ରଶାସନ ଗୁରୁତ୍ୱପୂର୍ଣ୍ଣ।

scsxscs

କନକ ବ୍ୟୁରୋ: ଆରମ୍ଭ ହେଲା ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ । ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଭେଟି ଓଡ଼ିଶାର ବିକାଶ ନେଇ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସମ୍ମିଳନୀରେ ଉଦ୍‌ବୋଧନ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ପାଇଁ ଶାସନ ଓ ପ୍ରଶାସନ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟର ବିକାଶ ପାଇଁ ଜିଲ୍ଲାପାଳଙ୍କ ଭୂମିକା ବହୁତ ଜରୁରୀ। ଗ୍ରାମାଞ୍ଚଳରେ ଜିଲ୍ଲାପାଳଙ୍କୁ ଲୋକ ସରକାର ବୋଲି ଭାବନ୍ତି। ସରକାରଙ୍କ ସମସ୍ତ ଯୋଜନାର ରୂପାୟନ ଜିଲ୍ଲାପାଳଙ୍କ ହାତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମୋହନ ସରକାର ୧୦୦ ଦିନରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ଯୋଜନା ସବୁ ଠିକ୍‌ ସମୟରେ ଆରମ୍ଭ ହେବା ଜରୁରୀ ବୋଲି ମୋହନ ମାଝୀ କହିଛନ୍ତି। ସେହିପରି ପୁଲିସ ମଧ୍ୟ ନିଜର ଦାୟିତ୍ୱ ତୁଲାଇବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe